ସିରେଇ ମହାଦେବ ମନ୍ଦିର ଠାରେ ୧୪ନଂ ଜୋନରେ କଂଗ୍ରେସ ର କର୍ମୀ ବୈଠକ ।

ପୁରୀ ଜିଲ୍ଲା ଗୋପ ବ୍ଲକ  ୧୪ ନମ୍ବର  ଜୋନରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକ  କାକଟପୁର ନିର୍ବାଚନ ମଣ୍ଡଳୀ ର ନେତା ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବଭୂଷଣ ଦାଶ ନିର୍ଦ୍ଦେଶ ରେ ଜଂଗଲବରି ପଞ୍ଚାୟତ ସରପଞ୍ଚ ତଥା କାକଟପୁର ବ୍ଲକ ପ୍ରଭାରୀ ପ୍ରଣୟ  କୁମାର ସାହୁ ଉପସ୍ଥିତ ରେ ସୋରଭା ପଞ୍ଚାୟତ ର ଦଳର ବହୁ କାର୍ଯ୍ୟ କର୍ତ୍ତା ଯୋଗଦେଇ  ଆଗାମୀ ଦିନରେ ଦଳକୁ କିଭଳି ଭାବେ ସଙ୍ଗଠନ ତୁଳମୂଳ ସ୍ତରରୁ  ବ୍ଲକ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ କରିବେ ସେଥି ପାଇଁ ସମସ୍ତ କର୍ମୀ ଶପଥ ନେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ଗୋପ ବ୍ଲକ ସଭାପତି ଲଷ୍ମୀଧର ପ୍ରଧାନ ,ଧୂମାଳ  ପଞ୍ଚାୟତ ସରପଞ୍ଚ ତଥା ଅସ୍ତରଙ୍ଗ ବ୍ଲକ ପ୍ରଭାରି ମାନସ ସେନାପତି ସମେତ ୧୪ ନଂ ଯୋନ ର  ଦଳର ସମସ୍ତ ପଞ୍ଚାୟତ ସମିତି ସଭ୍ୟ ,ସରପଞ୍ଚ ,ଓୟାଡ଼ ସଭ୍ୟ ଏବଂ ଯୋନ ର ସମସ୍ତ କାର୍ୟ୍ଯ କର୍ତ୍ତା ଉପସ୍ଥିତ ରହି   ଆଗାମୀ ଦିନରେ  ଦଳ କିପରି ମଝୁଭୁତ ହୋଇ ଯୋନ କୁ ସପୁର୍ଣ ଦଖଲ କରିବା ପାଇଁ ଦୃଢ଼ ଶପଥ ଗ୍ରହଣ କରିଥିଲେ ।

କାକଟପୁର ରୁ ରାଜେନ୍ଦ୍ର ମହାନ୍ତି ଙ୍କ ରିପୋର୍ଟ Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here