ପିଆଜ ଟ୍ରକ ଚକାରେ ନିଆଁଲାଗିଥିଲା , ୨୩ ଲକ୍ଷ୍ୟର ସାମଗ୍ରୀ ବଞ୍ଚାଇଲେ ଅଗ୍ନିଶମ ବିଭାଗ :

ସୁନ୍ଦରଗଡ ଜିଲ୍ଲା ରସୁଲପୁରପୁର ଦେଇ ଇଡି ୬୫ ଏକ୍ସ ୯୦୫୭ ନଂ ବଡ ଟ୍ରକରେ ପିଆଜ ନେଇ ରାଞ୍ଚି ଅଞ୍ଚଳକୁ ଯାଉଥିବା ବେଳେ ଭୋର ସମୟରେ ଟ୍ରକର ଦୁଇଟି ଟାୟାରରେ ନିଆଁ ଲାଗିଯିବା ଫଳରେ ଚାଳକ କର୍ଣ୍ଣଲ ସିଂଙ୍କ ମୁଣ୍ଡରେ ଯେପରି ବଜ୍ର ପଡି ଯାଇଥିଲା । ସେ ଭାବି ନେଇଥିଲେ ସର୍ବସ୍ବାନ୍ତ ହୋଇଯିବେ ବୋଲି । ତେବେ ଘଟଣା ବିଷୟରେ ଖବର ପାଇ ସୁନ୍ଦରଗଡ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଅଗ୍ନିଶମ ବିଭାଗର ସହ ଅଧିକାରୀ ରବି ନାରାୟଣ ସାମଲ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଜଳୁଥିବା ଟ୍ରକ ଟାୟାରରୁ ନିଆଁ ଲିଭାଇଥିଲେ । ଏଥିରେ ଚାଳକ ଆତ୍ମ ସନ୍ତୋଷ ଲାଭକରିଛନ୍ତି । ଦୁଇଟି ଟାୟାର ୪୦ ହଜାର ଟଙ୍କାର ଜଳି ଯାଇଥିବା ବେଳେ ସଠିକ ସମୟରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଟ୍ରକରେ ଲଦା ଯାଇଥିବା ୨୩ ଲକ୍ଷ୍ୟ ଟଙ୍କାର ପିଆଜ ବଞ୍ଚି ଯାଇଥିଲା । ଶୀତ ରାତିରେ ଅଗ୍ନିଶମ ବିଭାଗର ସଠିକ ସମୟରେ ପଦକ୍ଷେପ ନେଇଥିବା ଯୋଗୁଁ  ଟ୍ରକଟି ସଂପୂର୍ଣ୍ଣ ଜଳିବାରୁ ବଞ୍ଚିବା ସହିତ ୨୩ ଲକ୍ଷ୍ୟ ଟଙ୍କାର ସମ୍ପତ୍ତି ବଞ୍ଚାଇ ଦେଇଥିବା ଯୋଗୁଁ ଚାଳକ କର୍ଣ୍ଣେଲ ସିଂହ ଅଗ୍ନିଶମ ବିଭାଗ ପ୍ରତି ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିଲେ । ଏକ ବଡ ଧରଣର ବିପତ୍ତିରୁ ରକ୍ଷା ପାଇ ଯାଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here