ରାଜ୍ୟ ଇଷ୍ପାତ ଓ ଖଣି ମନ୍ତ୍ରୀ ପରିଦର୍ଶନ କଲେ କୋଇଡା ଖଣି ଅଞ୍ଚଳ :

ସୁନ୍ଦରଗଡ ଜିଲ୍ଲାର କୋଇଡା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ଥିବା ଖଣି ପରି ଦର୍ଶନରେ ଆସିଥିଲେ ରାଜ୍ୟ ଇଷ୍ପାତ ଓ ଖଣି ମନ୍ତ୍ରୀ ଫଗନ ସିଂହ କୁଲାସ୍ତେ । କୋଇଡା ଅଞ୍ଚଳରେ ଥିବା ବରସୁଆ, ତଲଡିହି ଓ କାଲଟା ଖଣି ମଧ୍ୟରୁ ଦୁଇଟି ଖଣି ପରି ଦର୍ଶନ କରିଥିଲେ ଖଣି ମନ୍ତ୍ରୀ ଓ କାର୍ଯ୍ୟର ସମୀକ୍ଷା ମଧ୍ୟ କରିଥିଲେ । ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ପୂର୍ବେ ଖଣିରେ ଯାହା ଅସୁବିଧା ଥିଲା ସେଥିରୁ ଏବେ କାର ସମୟରେ ସୁନ୍ଦରଗଡ ଜିଲ୍ଲାର ଖଣି ଗୁଡିକରେ ବହୁ ଉନ୍ନତି ହୋଇଛି । ତେବେ ପ୍ରତ୍ୟକ୍ଷ ବା ଅପ୍ରତକ୍ଷ ଭାବେ ସମସ୍ତ ଖଣିରେ କିଛି ସ୍ଥାନୀୟ ବାସୀନ୍ଦା କାର୍ଯ୍ୟରତ ଅଛନ୍ତି । ହେଲେ ବେକାରୀ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ହେଲେ ଖଣିରେ କର୍ମଚାରୀ ସଂଖ୍ୟାକୁ ଦେଖି ବିଚାର କରାଯିବ । ରାସ୍ତା ଅବସ୍ତା ଖରାପ ଥିବା ଏବଂ ଏହି ଖରାପ ରାସ୍ତା ଦେଇ ଖଣି କର୍ମଚାରୀ ଓ ଜନସାଧାରଣ ଯାତ୍ାୟତ କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କଥାକୁ ଏଡେଇ ଯାଇ ଆମେ ଏହା ଉପରେ ଚିନ୍ତା କରୁଛୁ । କୌଣସି ବ୍ୟବସ୍ତା ଶୀଘ୍ର କରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ । କୌଣସି ସଠିକ ଉତ୍ତର ପାଇ ପାରି ନ ଥିବାରୁ କୋଇଡା ବ୍ଲକ ବାସୀ ମନ୍ତ୍ରୀଙ୍କ କଥାର ତାଳମେଳ ରହୁ ନ ଥିବା ନେଇ କ୍ଷୋଭପ୍ରକାଶ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here