ସଟ୍ସର୍କିଟ ଯୋଗୁଁ ପାଳ ଗଦାରେ ନିଆଁଲାଗି ଧାନ ଓ ପାଳ ଜଳିଗଲା :

ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ କପରଣ୍ଡ ଗ୍ରାମର ମାହାତୋଟୋଲା ବସ୍ତିରେ ଜନୈକ ଚାଷୀ ନିଜ ଖଳାରେ ପାଳ ଓ ଧାନ ଗଦା କରିଥିବା ବେଳେ କୌଣସି କାରଣରୁ ସଟ୍ସର୍କିଟ ହୋଇ ପାଳ ଗଦାରେ ନିଆଁ ଲାଗି ପାଳ ଓ ଖଳାରେ ଥିବା ସମସ୍ତ ଧାନ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗର ରାଉରକେଲା ଉପଖଣ୍ଡ ଅଧିକାରୀ ବିନୋଦ ସିଂଙ୍କ ନିର୍ଦ୍ଦେଶରେ ବିଶ୍ରା ଅଗ୍ନିଶମ ବିଭାଗର ସହ ଅଧିକାରୀ ଏମ କେର୍କେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ପାଳ ଗଦାରେ ନିଆଁ ଲାଗିଲେ ସହଯେ ଲିଭେନାହିଁ । ବହୁ ପ୍ରଚେଷ୍ଟା ସତ୍ତ୍ବେ ବିଶ୍ରା ଅଗ୍ନିଶମ ବିଭାଗର ସହ ଅଧିକାରୀଙ୍କ ସମେତ କାର୍ଯ୍ୟାଳୟର ସହକର୍ମୀ  ଟି ଭୋଇ , ବି ସେଠୀ , ଏସ କେ ପ୍ରଧାନ , ପି କେ ସାହୁ , ବି ପାଉଲେ , ଏ ପ୍ରଧାନ , ଏସ କାଉଲ ଓ ଏନ କେ ବରିହା ପ୍ରମୁଖ ନିଆଁକୁ ଆୟତ୍ତ କରିଥିଲେ । ତେବେ ପାଳ ଗଦା ସହ ସବୁ ଧାନ ଜଳିଯିବାରୁ ଏବେ ଚାଷୀ ମୁଣ୍ଡରେ ପଡିଛି ବଜ୍ର । ଋଣକରି ଚାଷ କରିଥିବା ଚାଷୀ ଦୈବି ଦୁର୍ବିପାକରୁ ସର୍ବସ୍ବାନ୍ତ ହୋଇଥିବା ବେଳେ ବର୍ଷସାରା ଚଳିବେ କେମିତି ଓ ପରିବାର ବର୍ଗ ଖାଇବେ କ’ଣ ଏହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here