ମିକ୍ସିଙ୍ଗ ପ୍ଲାଣ୍ଟରେ ଲାଗିଲା ନିଆଁ , ନାକେ ଦମ ଅଗ୍ନିଶମ ବିବାଗ :

ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋଟି ଦରହ ଅଞ୍ଚଳରେ ଥିବା ମିକ୍ସିଙ୍ଗ ପ୍ଲାଣ୍ଟରେ ନିଆଁ ଲାଗିଯାଇ ବହୁ କ୍ଷୟକ୍ଷତି ହୋଇଥିବାର ଜଣାପଡିଛି । ତେବେ ଘଟଣାସ୍ଥଳରେ ପିଚୁ ଡ୍ରମରେ ପିଚୁ ଗରମ କରିବା ସମୟରେ ଅଧିକ ଗରମ ହୋଇଥିବା ବେଳେ ହଠାତ ପିଚୁ ଡ୍ରାମରୁ ନିଆଁଲାଗି ପିଚୁ ଓ ଚିପ୍ସ ଜଳି ଯାଇଥିଲା  । ତେବେ ନିଆଁ ଲାଗିବା ଦେଖି କାର୍ଯ୍ୟରତ କର୍ମଚାରୀ ଗଣ ତୁରନ୍ତ ଯାଗା ଛାଡି ଅନ୍ୟତ୍ର ପଳାଇଯାଇ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଖବର ପାଇ ପାନପୋଷ ଓ ଅନ୍ୟାନ୍ୟ ସ୍ଥାନରୁ ଅଗ୍ନିଶମ ବିଭାଗର ତିନୋଟି ଗାଡି ପହଞ୍ଚି ବହୁ କଷ୍ଟକଲା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ଗରମ ହେଉଥିବା ପିଚୁରୁ ନିଆଁ ଲାଗିଥିବାରୁ ଅନେକ କ୍ଷତି ହୋଇଥିବା ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here