ସାମାନ୍ୟ କଳିକୁ ନେଇ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ , ଅଭିଯୁକ୍ତ ଗିରଫ :

ପୁନଶ୍ଚ ଏକ ମହିଳାଙ୍କ ଅମୂଲ୍ୟ ଜୀବନ ଚାଲିଗଲା । ସ୍ବାମୀ ସ୍ତ୍ରୀର କଥା କଟାକଟି ସହ ସାମାନ୍ୟ କଳି ଯୋଗୁଁ ସ୍ବାମୀ ହାତରେ ମୃତ୍ୟୁ ବରଣ କରିଥିଲେ ସ୍ତ୍ରୀ । ଏଭଳି ଏକ ଅମାନବୀୟ ଅମାନୁଷିକ ଘଟଣା ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଯୋକେତା ଗ୍ରାମର ସୁକବାସୀ କଲୋନୀରେ । ସ୍ବାମୀ ବିଚା ଓରାମର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଭୀନସାରୀ ଓରାମଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବିରମିତ୍ରପୁର ଏସଡିପିଓ ଜଗବନ୍ଧୁ ସାମଲ ଓ ହାତୀବାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ଲକ୍ଷ୍ମୀଧର ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ହତ୍ୟା ଘଟଣାର ତଦନ୍ତ କରିଥିଲେ । ଏ ନେଇ ହାତୀବାରୀ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ତେବେ ବିଚା ଓ ସ୍ତ୍ରୀ ଭୀନସାରୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ କଳି ହୋଇଥିବା ବେଳେ ଏହି କଥାକୁ ନେଇ ରାଗରେ ଉତକ୍ଷୀପ୍ତ ହୋଇ ଘର ଭିତରେ ଥିବା ଟାଙ୍ଗିଆକୁ ଆଣି ସ୍ତ୍ରୀ ମୁଣ୍ଡରେ ବାରମ୍ବାର ପ୍ରହାର କରିବାରୁ ଘଟଣାସ୍ଥଳରେ ହିଁ ସ୍ତ୍ରୀ ଭୀନସାରୀ ଇହଲୀଳା ସମ୍ବରଣ କରିଥିଲେ । କଳିର ଅସଲ କାରଣ ବିଷୟରେ ମୁହଁ ଖୋଲୁ ନାହିଁ ଅଭିଯୁକ୍ତ ବିଚା । ହତ୍ୟା ଘଟଣାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିଶ ଯବତ କରିବା ସହ ଅଭିଯୁକ୍ତ ବିଚାକୁ କୋର୍ଟ ଚାଲାଣ କରିଥିବା ଯଣାପଡିଛି । କାହିଁକି ଓ କେଉଁ କାରଣରୁ ବିଚା ନିଜ ସ୍ତ୍ରୀକୁ ହତ୍ୟା କଲା ତଦନ୍ତ ସାପେକ୍ଷ  ?

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here