ଭାରତୀୟ ସେନାର ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ଙ୍କୁ ନିଜ ଜନ୍ମ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା : ଜଗତସିଂହପୁର

ଭାରତୀୟ ସେନାର ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ତାଙ୍କ ଜନ୍ମ ସ୍ଥାନ ଜଗତସିଂହପୁର ସହର ଅନ୍ତର୍ଗତ ଜୟବଡ଼ କୁ ଆସି ନିଜ ପରିବାରକୁ ଭେଟିବା ସହିତ ମା ଶାରଳାଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଛନ୍ତି। ଜଗତସିଂହପୁର ଜିଲ୍ଲା ମାଟିର ପୁଅ ଚଣ୍ଡୀ ପ୍ରସାଦ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ୱ ରେ ଅବତୀର୍ଣ୍ଣ ହେବାପରେ ନିଜ ଜନ୍ମ ମାଟି ଜଗତସିଂହପୁର ପୋୖରାଞ୍ଚଳ ର ଜୟବଡ଼ ସ୍ଥିତ ବାସଭବନ କୁ ଆସି ପହଞ୍ଚିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଗ୍ରସ୍ତ ଅବସରରେ ଜିଲ୍ଲାପାଳ ସଂଗ୍ରାମକେଶରୀ ମହାପାତ୍ର, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ତେବେ ନିଜ ପରିବାର ଓ ଆତ୍ମୀୟ ସ୍ଵଜନ ଙ୍କ ସହିତ ନିଜ ଜନ୍ମ ମାଟିର ଲୋକଙ୍କୁ ଭେଟିବା ପରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଚଣ୍ଡୀ ପ୍ରସାଦ। ଅନ୍ୟପଟେ ଜଗତସିଂହପୁର ମାଟିର ପୁଅ ଭାବେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଦାଇତ୍ଵ ତୁଲାଇବାକୁ ଯାଉଥିବା ହେତୁ ତାଙ୍କ ପରିବାରଠୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ଲୋକମାନେ ସମସ୍ତେ ଚଣ୍ଡୀ ପ୍ରସଦଙ୍କ ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି।

ଜଗତସିହପୁରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here