ଖାଦ୍ୟ ନାଁରେ ବିଷ ବେପାର : ଭୁବନେଶ୍ୱର

ଅପରିଷ୍କାର ଓ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଅଖାଦ୍ୟ। ଆଉ ସେସବୁକୁ ମନଲୋଭାଣିଆ ପ୍ୟାକିଂ କରି କମ୍ ଦାମରେ ମାର୍କେଟକୁ ଛାଡ଼ୁଥିଲା ପି.କେ. ଫୁଡ୍ସ ପ୍ରଡକ୍ଟ। ଭୁବନେଶ୍ୱର ଉପକଣ୍ଠ ପାହାଳରେ ଥିବା ଆଚାର ଓ ସସ୍ ୟୁନିଟ୍ ଉପରେ ଫୁଡ୍ ସେଫ୍ଟି ଅଧିକାରୀ ଓ ପୋଲିସର ମିଳିତ ଚଢାଉ କରିଛି। ତଦନ୍ତରୁ ଜଣାପଡ଼ିଛି ଯେଉଁଠି ଚାଲିଛି କାରଖାନା ସେହି ଜାଗା ପାଇଁ ନାହିଁ ଲାଇସେନ୍ସ୍। ଏତେବଡ଼ ଫୁଡ୍ ୟୁନିଟ୍ ଚାଲିଥିଲେ ବି ସେଠାରେ ଖାଦ୍ୟର ମାନ ଯାଂଚ ପାଇଁ କୌଣସି ଲ୍ୟାବ୍ ନାହିଁ କି ନାହାନ୍ତି ଟେକନିସିଆନ୍। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଞ୍ଚଳରେ ପୂର୍ବରୁ ନକଲି ଘିଅ କାରଖାନା ଠାବ ହୋଇଥିଲା। ତାଛଡ଼ା କଟକରେ ମାଳମାଳ ନକଲି ଖାଦ୍ୟ ସାମଗ୍ରୀ ଧରାପଡ଼ିବା ଘଟଣା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହା ପରେ ବି ରାଜଧାନୀ ଉପକଣ୍ଠରୁ ଏମିତି କାରଖାନା ଠାବ ହେବା ପରେ ପ୍ରଶାସନ ଉପରେ ଉଠିଛି ପ୍ରଶ୍ନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here