କୋଇଲା ପରିବହନକୁ କେନ୍ଦ୍ରକରି ଅଞ୍ଚଳ ବାସୀଙ୍କ ଅସନ୍ତୋଷ ସହ ମୁଖ୍ୟ ରାସ୍ତା ଅବରୋଧ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ଏମସିଏଲ କ୍ଷେତ୍ରର କୁଲଡା ପ୍ରକଳ୍ପରୁ କୋଇଲା ପରିବହନକୁ କେନ୍ଦ୍ର କରି ଟପରିଆ ଅଞ୍ଚଳବାସୀଙ୍କ ଅସନ୍ତୋଷ । ଅଞ୍ଚଳବାସୀଙ୍କ ଦ୍ୱାରା ବାଙ୍କିବାହାଲ- ଟପରିଆ-ଛତିଶଗଡ ରାସ୍ତା ଅବରୋଧ । ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରଲର ଗୁଡିକ କୋଇଲା ପରିବହନ କରି ଏହି ରାସ୍ତା ଦେଇ ଛତିଶଗଡ ଯିବା ଦ୍ୱାରା ବାଙ୍କିବାହାଲ- ଟପରିଆ-ଛତିଶଗଡ ରାସ୍ତା ସଂପୂର୍ଣ୍ଣ ମରଣ ଯନ୍ତା ପାଲଟି ଥିବା କଥା ଲୋକେ ଅଭିଯୋଗ କରିଛନ୍ତି । କୋଇଲା ପରିବହନ ଯୋଗୁଁ ଉକ୍ତ ଅଞ୍ଚଳରେ ବାୟୁ ପ୍ରଦୂଷଣ , ଜଳ ପ୍ରଦୂଷଣ , ଶବ୍ଦ ପ୍ରଦୂଷଣ ସହ ଲୋକଙ୍କ ଜୀବନ ଜୀବିକା କ୍ଷତିଗ୍ରସ୍ତ ହେଉଥିବା କଥା ଲୋକେ ଅଭିଯୋଗ କରିଛନ୍ତି । ଲୋକଙ୍କ ଏହି ଅଭିଯୋଗ ଏମ୍.ସି.ଏଲ କର୍ତ୍ତୃପକ୍ଷ , ଜିଲ୍ଲା ପ୍ରଶାସନ, ଏପରିକି ଆର୍.ଡି.ସିଙ୍କ ଦପ୍ତର ପର୍ଯ୍ୟନ୍ତ ପହଞ୍ଚି ଥିଲା ବେଳେ କୌଣସି ପ୍ରତିକାର ନ ହେବାରୁ ଆଜି ଉତ୍ତେଜିତ ଅଞ୍ଚଳବାସୀ ରାସ୍ତା ଅବରୋଧ କରିବା ସହ କୋଇଲା ପରିବହନକୁ ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି । ଲୋକଙ୍କ କଥା ଯଦି ଶୁଣା ନ ଯାଏ ଏବଂ ସମସ୍ୟାର ସମାଧାନ ଯଥା ଶୀଘ୍ର କରା ନ ଯାଏ ତେବେ ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ଚାଲିବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି । ଅପରପକ୍ଷେ ଲୋକଙ୍କ ଆନ୍ଦୋଳନର ତୀବ୍ରତା ବୁଝି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ସୁନ୍ଦରଗଡ ସଦର ଉପ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ଆନ୍ଦୋଳନ କାରୀଙ୍କ ନିକଟରେ ପହଞ୍ଚି ଏକ ମାସ ସମୟ ଦେବାକୁ ନିବେଦନ କରିଥିବା କଥା ଜଣା ପଡିଛି । ମାତ୍ର ଆନ୍ଦୋଳନକାରୀ ପ୍ରଶାସନର ପ୍ରସ୍ତାବରେ ରାଜି ହୋଇନଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here