ଟାଟା ଷ୍ଟିଲ ବିଏସଏଲ ତରଫରୁ ୩ ଟି ଗ୍ରାମକୁ ଆମ୍ବୁଲେନସ ଯୋଗାଣ : ସୁନ୍ଦରଗଡ଼

ଟାଟା ଷ୍ଟିଲ ବିଏସଏଲ ତରଫରୁ ଗ୍ରାମବାସୀଙ୍କ ଉତ୍ତମ ସ୍ବାସ୍ଥ୍ୟ ଚିକିତ୍ସା ସକାସେ ଆଜି କଳମଙ୍ଗ ଯୁବକ ସଙ୍ଘରେ ଏକ ଉଦ୍ଘାଟନୀ ଉତ୍ସବରେ ତିନୋଟି ଗ୍ରାମକୁ ପ୍ରଦାନ କରାଯାଇଥିଲା ସ୍ବାସ୍ଥ୍ୟ ଚିକିତ୍ସା ସମ୍ବନ୍ଧିତ ଆମ୍ବୁଲେନ୍ସ । ଆଜି ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀନା ରାନୀ କୁମୁଡିଆଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଲଦା ସମିତି ସଭ୍ୟା ଯୋଗ ଦେଇଥିଲେ । ଉକ୍ତ ଆମ୍ବୁଲେନ୍ସ ଟାଟା ଷ୍ଟିଲ ବିଏସଏଲ ତରଫରୁ କାହ୍ନୁସାହି , କଳମଙ୍ଗ ଗୋନ୍ଦାଗୋଡା ଗ୍ରାମକୁ ଆଜି ଗ୍ରାମୀଣ ଅଧିବାସୀଙ୍କର ଉଚିତ ସ୍ବାସ୍ଥ୍ୟସେବା ସକାସେ ମୋବାଇଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ତ ସୁବିଧା ଥାଇ ଆମ୍ବୁଲେନ୍ସ ଯୋଗାଇ ଦିଆଯାଇଛି ।

ତେବେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଟାଷ୍ଟିଲ ବିଏସଏଲର ସିଏସଆର ମୁଖ୍ୟ ଦିବ୍ୟାସ ରୟ , ଟିଏସଆରର ଇଉନିଟ ହେଡ ସଞ୍ଜୟ ସରଦାାର , କଳମଙ୍ଗ ଟିଏସଏଫ ସିଏସଆର ଫିଲଡ ସଂଯୋଜକ ଦୀପକ ମହାନ୍ତି ଓ ଆଶୁତୋଶ ଦେଓଙ୍କ ସମେତ ଗ୍ରାମବାସୀ ବାଦଲ ବାରିକ ଓ ଧନେଶ୍ବର କୁଭୁଡିଆଲଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ଉଦଘାଟନୀ ଉତ୍ସବର ମର୍ଯ୍ୟାଦା ବୃଦ୍ଧି କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here