ରାଣୀ ମହୁମାଛି ସହ ଦଲାଲ ଗିରଫ , ଦୁଇ ଦେହଜୀବୀ ଉଦ୍ଧାର ସେକ୍ଟର ୧୩ ଅଞ୍ଚଳରୁ ସେକ୍ସ ରାକେଟ ଠାବ : ରାଉରକେଲା

ରାଉରକେଲା ସେକ୍ଟର ୧୩ ଅଂଚଳରୁ ସେକ୍ସ ରାକେଟ ଠାବ। ରାଣୀ ମହୁମାଛି ସହ ଜଣେ ପୁରୁଷ ଦଲାଲ ଗିରଫ ଦୁଇ ଦେହଜୀବୀ ଉଦ୍ଧାର। ରାଉରକେଲା ସେକ୍ଟର ୧୩ କ୍ୱାଟର ନମ୍ବର ଏ/୧୯୮ ରେ ସେକ୍ସ ରାକେଟ ଚାଲିଥିବାର ଖବର ପାଇ ରାଉରକେଲା ସ୍ଥିତ ସେକ୍ଟର ୧୫ ପୋଲିଶ ଯାଇ ରେଡ଼ କରିଥିଲା । ରେଡ଼ କରିବା ସମୟରେ ସେକ୍ଟର ୧୫ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଏଥିରେ ରାଣୀ ମହୁମାଛି ସହ ଜଣେ ପୁରୁଷ ଦଲାଲ ଗିରଫ ହୋଇଛନ୍ତି। ପୋଲିଶ ରେଡ଼ କରିବା ସମୟରେ ଫେରାର ହେବକୁ ଚେଷ୍ଟା କରିଥିଲେ କିନ୍ତୁ ପୋଲିଶ ୨ ଜଣଙ୍କୁ ଗିରଫ କରିଛି। ତେବେ ୨ ଜଣ ମହିଳା ଦେହଜୀବୀ ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର ଓ କପିଳେଶ୍ୱରପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ରାଉରକେଲା ସ୍ଥିତ ସେକ୍ଟର ୧୭ ଅଞ୍ଚଳର ରାଣୀ ମହୁମାଛିକୁ ସମ୍ପର୍କ କରି ଜାନୁଆରୀ ମାସରେ ରାଉରକେଲା ସହରକୁ ଆସିଥିଲେ। ଚାଲିଥିଲା ଏଠାରେ ଦେହ କାରବାର। ସେକ୍ସ ରାକେଟର ଦୁଇ କଳକାରଙ୍କୁ କୋର୍ଟ ଚାଲାଣ କରିଛି ସେକ୍ଟର ୧୫ ପୋଲିଶ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here