ହୁରାସାହିଠାରେ “ମା” ଦୂର୍ଗାଙ୍କ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଅନୁଷ୍ଠିତ : କେନ୍ଦ୍ରାପଡା

ଆଜି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ମାହାଳ ହୁରାସାହି ଠାରେ ପ୍ରାୟ ଦୀର୍ଘ ୫୪ ବର୍ଷଧରି ୧୯୬୬ ମସିହାରୁ “ମା” ଦୂର୍ଗାଙ୍କ ମନ୍ଦିର କାର୍ଯ୍ୟ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚିଲିଥିବା ବଳେ ଆଜି ସେହି “ମା”ଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କାର୍ଯ୍ୟର ଶୁଭାରମ୍ଭ କମିଟିର ସଂମ୍ପାଦକ ଶ୍ରୀଯୁକ୍ତ ଗୋଲଖ ବିହାରୀ ଦେଠୀ ଏବଂ ଆଶିଶ୍ କୁମାର ମହାନ୍ତି, ସୁନାକର ବିଶ୍ୱାଳ, କୂଳମଣୀ ସ୍ୱାଇଁ, ଓ ଜିତେନ୍ଦ୍ର କୁମାର ରାଉତରାୟଙ୍କ ନେତୃତ୍ୱରେ କରାଯାଇଥିଲା । ଯଥାରାତି ବିଧି ପୂର୍ବକ “ମା”ଦୂର୍ଗାଙ୍କ ମନ୍ଦିରର ଭୂମିପୂଜନ ଏବଂ ଭିର୍ତ୍ତି ପ୍ରସ୍ତର କାର୍ଯ୍ୟ ସେହି ଅଞ୍ଚଳ ବା ନିକଟସ୍ଥ ନାଗଣପୁର ଗ୍ରାମର ପୁଅ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଶଂକରା ଚାର୍ଯ୍ୟ ମୂଖ୍ୟ ଅତିଥିଭାବେ ଯୋଗଦେଇ “ମା”ଙ୍କ ମନ୍ଦିର ଭିର୍ତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ବ୍ରାହ୍ମଣ ମାନଙ୍କ ଦ୍ଵାରା ପ୍ରଥମେ ଭୂମି ପୂଜନ ଓ ସୁତ୍ର ପତନ ଏବଂ ଶୁଭସ୍ତମ୍ଭ ରୋପଣ କରାଯିବା ପରେ ଶଂଖ ହୁଳହୁଳି ଏବଂ ନାମ ଶଂକୀର୍ତ୍ତନ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା । ଏହା ଏକ ସାର୍ବଜନୀନ ପୂଜା ହୋଇଥିବାରୁ, ସର୍ବ ପ୍ରଥମେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଶୋଭାଯାତ୍ରାରେ ପ୍ରାୟ ଶତାଧିକ ମହିଳା ଓ ପୁରୁଷ ଉଭୟ ଭାଗନେଇ ନିକଟସ୍ଥ କରାଣ୍ଡିଆ ନଦୀରୁ ଜଳ ଆଣି “ମା”ଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ଭୂମି ପୂଜନ ସ୍ଥାନରେ ରଖି କଳସ ସ୍ଥାପନ କରିଥିଲେ । ଏହି କଳସ ଶୋଭାଯାତ୍ରାରେ ଆଗରୁ ମାତ୍ର ୭/୮ ଟି ଗ୍ରାମ ପଞ୍ଚାୟତର ଲୋକେ ଭାଗ ନେଉଥିବା ବେଳେ ଆଜି ପାଖାପାଖି ପ୍ରାୟ ୧୨ଟି ଗ୍ରାମ ପଞ୍ଚାୟତର ଲୋକେ ଏହି କାର୍ଯ୍ୟକ୍ରମରେ ଭାଗନେଇ “ମା”ଙ୍କ ଭୂମି ପୂଜନ କାର୍ଯ୍ୟରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗରଦପୁର ବିଡିଓଙ୍କ ସମେତ ଅନ୍ୟାନ୍ୟ ବହୁ ଜ୍ଞାନୀ, ଗୁଣୀ ଓ ବିଦ୍ୱାନ ବ୍ୟକ୍ତିଙ୍କ ସମେତ କିଛି ଗଣମାଧ୍ୟମର ପ୍ରତିନିଧିମାନେ ବିଶେଷ ଭାବେ ଯୋଗଦାନ କରି “ମା” ଦୂର୍ଗାଙ୍କ ଆଶ୍ରୀବାଦ୍ ଭିକ୍ଷା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here