ମାଁ ମଙ୍ଗଳାଙ୍କ ଅଗ୍ନି ଉତ୍ସବରେ,ଭକ୍ତ ଚାଲୁଛନ୍ତି ନିଆଁରେ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳର ସ୍ଥିତ ମାଁ ମଙ୍ଗଳାଙ୍କ ମନ୍ଦିରରେ ପାଳିତ ହୋଇ ଯାଇଛି ଅଗ୍ନି ଉତ୍ସବ l ଏହି ଉତ୍ସବ ଆଜକୁ ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ ହେବ ପାଳିତ ହୋଇଆସୁଛି l ମନ୍ଦିରରେ ୩ ଦିନ ଧରି ପୂଜା ଅର୍ଚ୍ଚନା ପରେ ଶେଷ ଦିବସରେ ଭକ୍ତଗଣ ଶ୍ରଦ୍ଧା ଓ ଭକ୍ତିର ସହିତ ନିଆଁରେ ଚାଲୁଥିବା ପରିଲକ୍ଷିତ ହୋଇଥିଲା । ଏହି ଅଗ୍ନି ଉତ୍ସବ ପ୍ରତ୍ୟକ ବର୍ଷ ବହୁ ଧୁମ୍ ଧାମ୍ ରେ ପାଳନ କରାଯାଇଥାଏ l ତେବେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ ହୋଇଛି ଏହି ଉତ୍ସବ l ମାଁ ମଙ୍ଗଳାଙ୍କ ଏହି ଅଗ୍ନି ଉତ୍ସବରେ ବହୁ ଦୂରଦୂରାନ୍ତରୁ ଭକ୍ତ ଆସିଥାନ୍ତି ପୂଜାରେ ଯୋଗଦେବାକୁ l ତେବେ ଆଜି ବହୁ ଭକ୍ତ ନିଜର ମନୋସ୍କାମନା ପୂରଣ ପାଇଁ ଜଳନ୍ତା ଅଙ୍ଗାରରେ ଚାଲୁଥିବାର ଦେଖିବାକୁ ମିଳିଥିଲା l ଭକ୍ତଙ୍କ ଆଶା ଓ ବିଶ୍ୱାସ ମାଁ ମଙ୍ଗଳଙ୍କ ଏହି ଅଗ୍ନି ଉତ୍ସବରେ ନିଆଁରେ ଚାଲିଲେ ପ୍ରତ୍ୟକ ମନୋସ୍କାମନା ପୂରଣ ହୋଇଥାଏ l ଏହି ଉତ୍ସବରେ ମାଁ ମଙ୍ଗଳା ମନ୍ଦିରର ପୂଜା କମିଟିର ସଭାପତି, ଉପସଭାପତିଙ୍କ ସମେତ ସମସ୍ତ ସଦସ୍ୟ ଗଣ ଏହି ଅଗ୍ନି ଉତ୍ସବ କାର୍ଯ୍ୟକ୍ରମରେ ଆନ୍ତରିକତାର ସହିତ ସହଯୋଗ କରିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here