ସଂଗ୍ରାମୀ ପରିବାର ମାନଙ୍କ ଦୁଃଖ କେବେ ବୁଝିବେ ରାଜ୍ୟ ସରକାର : ନବରଙ୍ଗପୁର

ଡାବୁଗାଁ, ୨୦/୧: ମଙ୍ଗଳବାର ସରାଗୁଡା ସ୍ଥିତ ସନୁମାଝି ସେବା ସଂଘ କାର୍ଯ୍ୟାଳୟ ଠାରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଏକ ବୈଠକ ସନୁମାଝି ସେବା ସଂଘ ସଭାପତି ଦଇନୁ ପୂଜାରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା | ନବରଙ୍ଗପୁର ଜିଲାର ସ୍ୱାଧୀନତା ସଂଗ୍ରାମୀମାନେ ତତ୍କାଳୀନ ତହସିଲଦାର ମାନଙ୍କ ଦ୍ୱାରା ସଂଗ୍ରାମୀ ପାରିବାର ଭାବରେ ଚିହ୍ନଟ ହୋଇସାରିଛନ୍ତି | ଏହାର ନକଲ ପୂର୍ବରୁ ୧୬.୨.୨୦୧୯ ତାରିଖର ଏହି କାର୍ଯ୍ୟାଳୟ ଚିଠି ନଂ ୨୩୮ ରେ ଏବଂ ଚିଠି ନଂ-୧୮୭ ତାରିଖ- ୨୯.୬.୨୦୨୦ ରେ ଦାଖଲ କରାଯାଇଥିଲା । ୧୦ ଟି ତହସିଲଦାରଙ୍କ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଏକ୍ସ-ଫ୍ରିଡମ୍ ଫାଇଟର୍ସ ଏବଂ ସହିଦ ମାନଙ୍କ ପରିବାର ସଦସ୍ୟ ମାନଙ୍କ ଆର୍ଥିକ ଅବସ୍ଥା ଠିକ୍ ନୁହେଁ ଯଦିଓ ସେମାନଙ୍କର ଅଧିକାଂଶ ସଦସ୍ୟ ବିଭିନ୍ନ ସରକାର ଅଧୀନରେ ରହିଛନ୍ତି । ଏହି ସଂପର୍କରେ ବର୍ଷ ବର୍ଷ ଧରି ଯୋଜନା ଗୁଡିକର କୌଣସି ନିଷ୍ପତି ନେଇ ନାହାନ୍ତି ରାଜ୍ୟ ସରକାର । ନବରଙ୍ଗପୁର ଜିଲାର ସହୀଦ ମାନଙ୍କ ପରିବାର ସୁବିଧା ଏବଂ କଲ୍ୟାଣ ପାଇଁ ନିମ୍ନଲିଖିତ ନଅ ଗୋଟି ଦାବି ନେଇ ପ୍ରସ୍ତାବ ଦାଖଲ କରାଯାହାଛି ସରକାରୀ ସ୍ତରରେ ତଥାପି ସରକାର ନିରବ । ଏହି ସଂଗ୍ରାମୀ ପରିବାରର ଦାୟାଦ ମାନଙ୍କୁ ବର୍ଷ ବର୍ଷ ହେଲା କେବଳ ନିରାଶର ମୁହଁ ଦେଖିବାକୁ ମିଳିଛି । ଯଦି ଏଗୁଡିକ ରାଜ୍ୟ ସରକାର ନମାନନ୍ତି ବା ଏମାନଙ୍କ ମଙ୍ଗଳ ପାଇଁ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ସଂଗ୍ରାମୀ ପରିବାର ଦାୟାଦ ମାନେ ଜଣାଇଛନ୍ତି | ଏହି ବୈଠକରେ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦାୟାଦ କପୁରଚନ୍ଦ ନାୟକ, ନକୁଲ ପୂଜାରୀ, ହରପ୍ରସାଦ ଶବର, ଭରତ ମାଝୀ, ଉମାଶଙ୍କର ହରିଜନ, ଗଣେଶ ପୂଜାରୀ ଓ ଜିଲାର ୧୦ ବ୍ଲକରୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଦାୟାଦ ମାନେ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here