ସିଆଇଟିୟୁ ପକ୍ଷରୁ କୃଷକ ଆନ୍ଦୋଳନକୁ ସମର୍ଥନ ସଭା: ଜଗତସିଂହପୁର

ଦିଲ୍ଲୀ ରେ ଚାଲିଥିବା କୃଷକ ଆନ୍ଦୋଳନ କୁ ସମର୍ଥନ ଜଣାଇ ଓ ତିନୋଟି କୃଷି ଵିଲ କୁ ପ୍ରତ୍ୟାହାର ଦାବିରେ ଏବଂ ଚାରୋଟି ଶ୍ରମଆଇନ ବାତିଲ ଦାବିରେ ଜଗତସିଂହପୁର ଜିଲ୍ଲାର ଟ୍ରେଡ଼ ୟୁନିୟନ ସିଆଇଟିୟୁ ,ଓଡିଶା କୃଷକ ସଭା,ଓଡିଶା କ୍ଷେତମଯଦୁର ୟୁନିୟନ ପକ୍ଷରୁ ସ୍ଥାନିୟ ଥାନା ଛକ ଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।ସିଆଇଟିୟୁ ର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ଵାଇଁ ଙ୍କ ସଭାପତିତ୍ୱ କରି ତାଙ୍କ ବକ୍ତବ୍ୟ ରେ କହିଥିଲେ ଦୀର୍ଘ ୫୨ଦିନରୁ ଉର୍ଦ୍ଧ୍ବ ହେବ ଦେଶର ଅର୍ଣ୍ଣଦାତା କୃଷକ ମାନଙ୍କର ଲଢେ଼ଇ ଆନ୍ଦୋଳନ ଜାରି ରହିଛି।ଅଗଣତାନ୍ତ୍ରୀଙ୍କ ଭାବରେ ସେମାନଙ୍କ ଉପରେ ଅତ୍ୟାଚାର କରାଯାଉଥିବାରୁ ଖୋଭ ପ୍ରକାଶ କରିଥିଲେ।ଏପରିକି କହିଥିଲେ କେନ୍ଦ୍ର ସରକାର ଆଲୋଚନା କରି ବିଫଳ ହେଉଛନ୍ତି।ତେବେ ତୁରନ୍ତ କୃଷି ଆଇନ କୁ ବାତିଲ କରିବାକୁ ଦାବୀ କରିଥିଲେ।ଅନୁଷ୍ଠିତ ପ୍ରତିବାଦ ସଭାରେ ସିଆଇଟିୟୁ ର ନିର୍ମାଣ ଶ୍ରମିକ ସଂଗଠନ ର,ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ବସ୍ତିଆ, ଉପସଭାପତି ବିନ୍ଦୁସାଗର ଓଝା, ନଟବର ପଲେଇ,ମାନସୀ ଓଝା, ଶରତ ବେହେରା,ରମେଶ ବେହେରା,ପ୍ରତାପ ସୁତାର,କୃଷକ ସଭାର ଆବାହକ ଗଣେଷ ଚନ୍ଦ୍ର ମାଣିଆ, କ୍ଷେତମଯଦୁର ୟୁନିୟନ ର ଆବାହକ ଯୁଧିଷ୍ଠିର ଦାସ,ନିର୍ମାଣ ଶ୍ରମିକ ୟୁନିୟନ ର ଚିତ୍ତରଞ୍ଜନ ମଲ୍ଲିକ,ସଞ୍ଜୟ ପରିଡା,ଯୁଗଳ ବାରିକ,ସୁବାସ ମହାରଣା,ରମେଶ ବେହେରା, ଧନେଶ୍ୱର ରାଉତ,ସପନ ଦାସ,ଯୁଗଳ ବାରିକ ସଂଜୟ ପରିଡା,ନିବାରଣ ନାୟକ, ଜଗବନ୍ଧୁ ସେଠୀ, ପ୍ରମିଳା ସେଠୀ ପ୍ରମୂଖ ସିଆଇଟିୟୁର କର୍ମକର୍ତା ପ୍ରତିବାଦ ସଭାରେ ରେ ସାମିଲ ହୋଇଥିଲେ।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here