କେନ୍ଦ୍ରାପଡା ଜଜାଂଗଠାରେ ମାନନୀୟ ଜିଲ୍ଲାପାଳଙ୍କ ଦ୍ବାରା ଅଙ୍ଗନୱାଡି କେନ୍ଦ୍ରର ଲୋକାର୍ପଣ

ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଜଜାଂଗଠାରେ ଆମ ଅଙ୍ଗନୱାଡି କେନ୍ଦ୍ର ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଅଛି । ଏହି ଗୃହ ଲୋକାର୍ପଣ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ କୁମାର ଅଗ୍ରୱାଲ ଏବଂ ବ୍ଲକ୍ ଅଧ୍ୟକ୍ଷ ଶିବପ୍ରସାଦ ଭଳ, ବିଡିଓ ଅଶ୍ୱନୀ ଦାସ, ଆସିସଷ୍ଟାଣ୍ଟ୍ ଇଞିନିୟର ଆକୂଳୀ ଚରଣ ସାହୁ, କପାଳେଶ୍ୱର ଗ୍ରାମ ପଞ୍ଚାୟତର ଜେଇ ବିନୟ ମିଶ୍ର,ସିଡିପିଓ ଓ ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ପଞ୍ଚାୟତର କିଛି ସରପଞ୍ଚ ଏବଂ ସମାଜସେବୀ,ଗଣମାଧ୍ୟମ ପ୍ରତିନିଧି ଓ ଶତାଧିକ ଗ୍ରାମବାସୀ ମାନେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ଏହି ବିଦ୍ୟାଳୟଟି ପ୍ଲେ ସ୍କୁଲଠାରୁ କେମିତି ଉର୍ଣ୍ନତ ଧରଣର ହେବ ସେବିଷୟର ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ଋତୁରାଜ ତାଙ୍କ ଉଦବୋଧନରେ କହିଥିଲେ । ବିଶେଷ କରି ଏହି ଅଙ୍ଗନୱାଡି କେନ୍ଦ୍ରଟି ଜିଲ୍ଲାର ସର୍ବଶ୍ରେଷ୍ଠ ଅଙ୍ଗନୱାଡି କେନ୍ଦ୍ର ରୂପେ ପରିଗଣିତ ହୋଇଅଛି । ଏହି କେନ୍ଦ୍ରରେ ପେନ୍ ଡ୍ରାଇଭ୍ ସହିତ ଏଲସିଡି ଟିଭି, ଗ୍ୟାସ୍ ଚୂଲା ଓ ସିଲିଣ୍ଡର,ସୋଲାର ପ୍ୟାନେଲ, କୁନି କୁନି ପିଲାମାନେ ବସିବା ପାଇଁ ବେବି ଚ୍ୟାରଟେବୁଲ୍, ଟଏଲେଟ୍ ସହିତ ପିଲାମାନଙ୍କ ପାଠ ପଢାରେ ଅଧିକ ସୁବିଧା ନିମନ୍ତେ ଶ୍ରେଣୀଗୃହ କାନ୍ଥ ମାନଙ୍କରେ ବିଭିନ୍ନ ଚିତ୍ର, ବିଚିତ୍ର କରାଯାଇଥିବା ସହିତ ଗାର୍ଡେନ୍ ଓ ଛାତ୍ର ଛାତ୍ରୀ ମାନଙ୍କ ଆମୋଦ ପ୍ରମୋଦ ନିମନ୍ତେ ଦୋଳିର ବ୍ୟବସ୍ଥା ଉପଲବ୍ଧ ରହିଥିବା ବେଳେ ଆଗାମୀ ଦିନରେ ଅଧିକ ଉର୍ଣ୍ନତ ମାନର ନିଉଟ୍ରେସନ୍ ଗାର୍ଡେନ ନିର୍ମାଣ କରାଯିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ସାଧାରଣ ଜନତାଙ୍କୁ ପ୍ରସଂଗ କ୍ରମେ କହିଥିଲେ ବୋଲି ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here