ସଞ୍ଜୟ କୁମାର ଦାସବର୍ମାଙ୍କ ସମୀକ୍ଷା ବୈଠକ : ପୁରୀ

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ କନ୍ଧମାଳ ଓ ଫୁଲବାଣୀ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କନ୍ଧମାଳ ଜିଲ୍ଲାର ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଖରିଫ ଧାନ ସଂଗ୍ରହ ବ୍ୟବସ୍ଥାକୁ କିପରି ସୁଦୃଢ଼ କରାଯିବ ଓ ମହାତ୍ମା ଗାନ୍ଧୀ ଆତ୍ମ ନିର୍ଭର କର୍ମନିଯୁକ୍ତି ଯୋଜନା ସମ୍ପର୍କରେ ଜିଲ୍ଲାରେ କିଭଳି କାର୍ଯ୍ୟକ୍ରମ ହେଇଛି ସମୀକ୍ଷା କରିଥିଲେ । ଏହି ବୈଠକରେ ଉପସ୍ଥିତ ଥିଲେ ଫୁଲବାଣୀ ମାନ୍ୟବର ବିଧାୟକ ଡୁଗୁନି କଅଁର, ବାଲିଗୁଡା ମାନ୍ୟବର ବିଧାୟକ ଚକ୍ରଧର କଅଁର , ଜିଲ୍ଲାପାଳ ଡ଼ଃ ବୃନ୍ଦା ଡ଼ି, ଉପଜିଲ୍ଲାପାଳ ବସନ୍ତ କୁମାର ସାହୁ , ଜିଲ୍ଲା ଜଳଯୋଗାଣ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାସ , ଜିଲ୍ଲା ଯୋଗାଣ ଅଧିକାରୀ ଭବାନୀ ପ୍ରସାଦ ଦାସ, ଏବଂ ଜିଲ୍ଲାର ସମସ୍ତ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here