ମହାଲକ୍ଷ୍ମୀ ପୂଜା କମିଟିର ସମୀକ୍ଷା ବୈଠକ : ଗଞ୍ଜାମ


ବୁଗୁଡା/ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ମହାଲକ୍ଷ୍ମୀ ପୂଜା କମିଟିର ସମୀକ୍ଷା ବୈଠକ ସ୍ଥାନୀୟ ପେଣ୍ଠ ଘରେ ଅନୁଷ୍ଠିତ ହୋଇଯାଇଛି । ବଣିକ ସଙ୍ଘର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ୟରେ ଏହି ବୈଠକରେ ବଣିକ ସଙ୍ଘ ଓ ପରିବା ସଙ୍ଘର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ । ଗତ ମହାଲକ୍ଷ୍ମୀ ପୂଜାର ଆୟବ୍ଯୟର ସଂପୂର୍ଣ୍ଣ ବିବରଣୀ ପୂଜା କମିଟିର କର୍ମକର୍ତ୍ତା ନାରାୟଣ ସାମନ୍ତରା ଉମାଶଙ୍କର ନାୟକ ଓ ଇ.ଶଙ୍କର ରାଓ ମିଳିତ ଭାବେ ଉପସ୍ଥାପନ କରିଥିଲେ । ବଣିକ ସଙ୍ଘର ପୂର୍ବତନ ସଭାପତି ଜି.ସଞ୍ଜୀବ ପାତ୍ର ନୂତନ କମିଟିଙ୍କୁ କାଗଜପତ୍ର ସହ ବ୍ୟାଙ୍କ ଜମା ଟଙ୍କାକୁ ସର୍ବ ସମ୍ମତିକ୍ରମେ ହସ୍ତାନ୍ତର କରିଥିଲେ । ପ୍ରତ୍ୟେକ ସଂକ୍ରାନ୍ତି ଦିନ ଦୋକାନ ବଜାର ବନ୍ଦ ରଖିବାକୁ ସମସ୍ତ ସଭ୍ୟ ମତ ପ୍ରକାଶ କରିଛନ୍ତି । ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଏଇ ଅବସରରେ ଉତ୍ତରୀୟଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ବଣିକ ସଙ୍ଘ ସଂପାଦକ ଜି.ମନୋଜ ପାତ୍ର, ସହସଂପାଦକ ଇ.ବାଳକୃଷ୍ଣ ଦୋରା, କର୍ତ୍ତା କେ.କୃଷ୍ଣମୂର୍ତ୍ତି ଆଚାରୀ ପ୍ରମୁଖ ମଞ୍ଚାସୀନ ଅତିଥି ଥିବା ବେଳେ ଉପଦେଷ୍ଟା କେ.ରାଘବ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here