ମାନବିକତା ହୀନ ଓ ଲଜ୍ଜାଜନକ ଘଟଣାକୁ ଅଭିଭାବକମାନେ ୩ ମାସର ଶିଶୁକୁ ଛାଡି ପଳାଇଛନ୍ତି : ସୁନ୍ଦରଗଡ଼

ସୁନ୍ଦରଗଡ ଜିଲ୍ଲାର ରାଜଗଙ୍ଗପୁର ରାଣିବନ୍ଦ ଡିପାଟୋଲି ନିକଟରେ ମାନବିକତାକୁ ହରାଇ ଲଜ୍ଜାଜନକ ଘଟଣା ପୁଣି ସାମ୍ନାକୁ ଆସିଛି। ରାତି ୮ ଟା ସମୟରେ ୩ ମାସର ଶିଶୁକୁ ରାଣିବନ୍ଦ ଡିପାଟୋଲି ଅଞ୍ଚଳର ଏକ ମହିଳାଙ୍କ ଘର ସମ୍ମୁଖ ନାଳ ପାଖରେ ରଖି ଖସି ପଳାଇଥିଲେ। ଶିଶୁର କାନ୍ଦଣା ଶୁଣିବା ପରେ ସଞ୍ଜୟ ନାୟକଙ୍କ ଝିଅ ରଶ୍ମୀ ରାଣୀ ନାୟକ ସେଠାରେ ପହଞ୍ଚି ପିଲାଟିର ସ୍ୱର ଶୁଣିବା ପରେ ପରିବାର ଲୋକଙ୍କୁ ଡାକି ଶିଶୁକୁ ନିଜ ଘରକୁ ଆଣିଥିଲେ । ପରେ ସ୍ଥାନୀୟ ପୋଲିଶ ଷ୍ଟେସନକୁ ଏ ବାବଦରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଇଲଡ କେୟାର ବିଭାଗକୁ ଜଣାଇଥିଲେ । ସେମାନେ ସମ୍ପ୍ରତି ଶିଶୁକୁ ଯତ୍ନ ନେବା ସହ ଉଚିତ ତଦାରଖ ନେଇ ରଖାଯିବ ବୋଲି କହିଥିଲେ | ବାପ ମାର କୁସଙ୍ଗର ପରିଣତି ଭୋଗୁଛି ଶିଶୁ । ଏହା ଲକ୍ଷ୍ୟ କରାଯାଇପାରେ ଯେ ଶିଶୁକୁ ରଖିବା ପାଇଁ ଅନେକ ଲୋକ ରାଜି ହୋଇଛନ୍ତି । କିନ୍ତୁ ଶିଶୁର ଉଚିତ ଯତ୍ନ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ଥାନୀୟ ପୋଲିଶ ଅଧିକାରୀ କହିଛନ୍ତି ଯେ ଶିଶୁ ଯତ୍ନର ସମସ୍ତ ନିୟମ ପାଳନ କରିବା ପରେ ହିଁ ଏହାକୁ ନେଇ ପାରିବେ। ଚିକିତ୍ସା ହେବା ପରେ ଓ ସଠିକ ଡାକ୍ତରୀ ଯାଞ୍ଚ ପରେ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ। ଶିଶୁ ଯତ୍ନ ଅନୁଯାୟୀ, ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୬୦ ଦିନ ପରେ ଅନଲାଇନରେ ଆବେଦନ କରିବାକୁ ପଡିବ । ଏହା ପରେ ସରକାରଙ୍କ ପାଖରେ ୫୪୦୦୦ ଟଙ୍କା ଜମା କରିବା ପରେ ଶିଶୁକୁ ସମ୍ପୂର୍ଣ୍ଣ ସରକାରୀ ନିୟମ ଅନୁଯାୟୀ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରାଯାଇପାରିବ । ବର୍ତ୍ତମାନ ଶିଶୁକୁ ଯତ୍ନ ଅନୁଷ୍ଠାନର ତତ୍ତ୍ଵାବଧାନରେ ରଖାଯିବ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here