ଅନଲାଇନ ଟଙ୍କାଲୁଟ ମାମଲାରେ ଷ୍ଟୁଡିଓ ଵାଲାକୁ ମହିଳା ସଂଘ ଟେକିନେଲେ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଘସା କିଷାନଙ୍କ ଅଶି ହଜାର ଟଙ୍କା ବ୍ୟାଙ୍କ ଖାତାରୁ ଅନ ଲାଇନ ଲୁଟ ହୋଇଥିବା ସେ ଜାଣିବାକୁ ପାଇଥିଲେ। ବ୍ୟାଙ୍କରେ ଖାତା ଦେଖାଇବାରୁ ଏହି ଟଙ୍କାକୁ ମହୁଲପଦା ଛକ ନିକଟରେ ଇସାନ୍ତ ଫଟୋ ଷ୍ଟୁଡିଓରେ ଏହି ଟଙ୍କା ଉଠାଯାଇଥିବା ଜାଣିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ଉତ୍ପନ୍ନ ହେବାରୁ ମହିଳାମାନେ ଆସି ଇସାନ୍ତ ଷ୍ଟୁଡିଓ ମାଲିକଙ୍କୁ ଧରି ଗ୍ରାମକୁ ଆଣି ଗଛରେ ବାନ୍ଧି ଖୁବ ଉତ୍ତମ ମଧ୍ୟମ ଛେଚି ଥିଲେ । ପରେ ଟଙ୍କା ଫେରାଇବାକୁ ତାର ଘରକୁ ନେଇଯାଇଥିଲେ। ତୁରନ୍ତ ଟଙ୍କା ନ ଦେଲେ ଥାନାରେ ଜିମା ଦେଇ ଓ ଅଭିଯୁକ୍ତ ନାମରେ କେଶ କରିବାକୁ ଚେତାଇ ଦେଇଥିବା ଜଣା ପଡିଛି। ଘଟଣା ଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here