ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ :ପୁରୀ

ପୁରୀ-: ଜାତୀୟ ମତଦାତା ଦିବସ ଆସନ୍ତା ୨୫ ତାରିଖରେ ପାଳନ କରାଯିବ। ଏଥିନିମନ୍ତେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୨୫ ତାରିଖ ସକାଳ ସାଢେ ୧୦ ଘଟିକା ସମୟରେ ସ୍ଥାନୀୟ ସଦଭାବନା ସଭାଗୃହରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିନିମନ୍ତେ କୋଭିଡ କଟକଣାକୁ ଦୃଷ୍ଟିରେ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ଚିତ୍ରାଙ୍କନ, ସାଧାରଣ‍ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଭୋଟର ମାନଙ୍କ ସଂପର୍କରେ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବା, ୧୮ ରୁ ୧୯ ବର୍ଷ ବୟସ ମଧ୍ୟରେ ନୂତନ ଭୋଟର ଯୋଡିବା କ୍ଷେତ୍ରରେ କାର୍ଯ୍ୟ କରିଥିବା ପ୍ରାୟ ୩୯ ଜଣ ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀଙ୍କୁ ପୁରସ୍କୃତ କରାଯିବ । ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ପ୍ରଦାନ କରାଯିବ । ଗଣତନ୍ତ୍ର ଓ ମତଦାନ ସଂପର୍କିତ ଶପଥ ନିଆଯିବ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାଚନ ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କୁମାର କର, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ବିଡିଓ ଶ୍ରୀ ରାମକୃଷ୍ଣ ପଟ୍ଟନାୟକ, ଉପଖଣ୍ତ ପଞ୍ଚାୟତ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ନିରଞ୍ଜନ ସାହୁ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here