ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ସହ ବିଧାୟକଙ୍କ ଆଲୋଚନା : ସୁନ୍ଦରଗଡ଼

ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ୱନ୍ଧରେ ଆଲୋଚନା କରିଥିଲେ । କୁତ୍ରା ବ୍ଲକରେ ଓଡିଶା ଆଦର୍ଶ ବିଦ୍ୟାଳୟ କାମର ଅଗ୍ରଗତି, କୁତ୍ରା ଠାରୁ ଖତକୁରବାହାଲ ଭାୟା ସନବର୍ଷା ରାସ୍ତାର ଉନ୍ନତିକରଣ,ବିଭିନ୍ନ ବ୍ଲକରେ ଚାଲୁଥିବା ଲିଫ୍ଟ ଇରିଗେସନ କାର୍ଯ୍ୟ ସମ୍ୱନ୍ଧରେ ଆଲୋଚନା, ରାଜଗାଙ୍ଗପୁର ପୌରାଞ୍ଚଳରେ ଦୀର୍ଘ ଦିନ ଧରି ଆରମ୍ଭ ହୋଇଥିବା ରେଳବାଇ ଫ୍ଲାଇଓଭର କାମ ଅଗ୍ରଗତି ପାଇଁ ଏକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ସହ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ବେଙ୍କ ଦ୍ଵାରା ଲୋନ ଦେବା ପାଇଁ ଅନୁରୋଧ କରିଥିଲେ, ପରବର୍ତ୍ତୀ ସମୟରେ ସୁନ୍ଦରଗଡରେ ବୀର ବିର୍ଷାମୁଣ୍ଡା କ୍ଳବ ଆନୁକୂଲ୍ୟରେ ରାତ୍ରିକାଳୀନ ଫୂଟବଲ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଶ୍ରୀ କିଷାନ ଏବଂ ଶ୍ରୀମତୀ ସୁନିତା ବିଶ୍ୱାଳ ଯୋଗ ଦେଇ ଖେଳାଳୀ ମାନଙ୍କୁ ପ୍ରଶଂସା କରିଥିଲେ । ଏଭଳି ମ୍ୟାଚ ଆୟୋଜନ କରିଥିବାରୁ କ୍ଳବର ସଭ୍ୟ ଶ୍ରୀ ବେଣୁଧର ତାଣ୍ଡିଆ, ଶ୍ରୀ ଲଲାଟ ପରିଡା, ଶ୍ରୀ କୁନୁ ତ୍ରିପାଠୀ ଏବଂ ଅନ୍ୟ ସମସ୍ତ ସଭ୍ୟ ମାନଙ୍କୁ ଶ୍ରୀ କିଷାନ ଓ ଶ୍ରୀମତୀ ବିଶ୍ୱାଳ ଭୂରି ଭୂରି ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here