ବଳଦକୁ ମାରି ଜଣେ ଗୁରୁତର :

ସୁନ୍ଦରଗଡ ଜିଲ୍ଲା ରାଞ୍ଚି ରୋଡ ନିକଟସ୍ତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ସମ୍ମୁଖରେ ଘଟିଛି ଦୁର୍ଘଟଣା । ରାଞ୍ଚି ରୋଡରୁ ଏକ ବାଇକ ଯୋଗେ ଦୁଇଜଣ ଯୁବକ ରାଜଗାଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଘଟିଥିଲା ଦୁର୍ଘଟଣା । ହଠାତ ସମ୍ମୁଖକୁ ଏକ ବଳଦ ଚାଲି ଆସିବାରୁ ବଳଦ ଦେହରେ ପିଟି ହୋଇ ଦୁଇ ଯୁବକ ଫୋପାଡି ହୋଇ ପଡିଥିଲେ । ତେବେ ଜଣଙ୍କର ଗୋଡ ଭାଙ୍ଗି ଯାଇଥିବା ବେଳେ ଆଉଜଣେ ଆହତ ହୋଇଛନ୍ତି । ସ୍ଥାନୀୟ ବାସୀନ୍ଦାଙ୍କ ସହାୟତାରେ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଡକାଇ ଗୋଡ ଭାଙ୍ଗିଥିବା ଯୁବକଙ୍କୁ ରାଜଗାଙ୍ଗପୁର ସରକାରୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି । ତେବେ ଏତେ ସବୁ ଘଟଣା ଘଟିଯିବା ପରେ ମଧ୍ୟ ଘଟଣାସ୍ଥଳକୁ ପୋଲିଶ ପହଞ୍ଚି ନ ଥିବା ନେଇ ଆଶ୍ଚର୍ଯ୍ୟ ଲାଗୁଛି । ଏହି ଭଳି ରାସ୍ତା ଦୁର୍ଘଟଣାରେ ଲୋକେ ମୃତ୍ୟୁ ମୁଖରେ ପଡିଥିଲେ ମଧ୍ୟ ଖବର ନ ହେବାଯାଏଁ ପୋଲିଶ ପ୍ରଶାସନ ପହଞ୍ଚୁ ନ ଥିବା ନେଇ ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ତେବେ ଦୁର୍ଘଟଣା ଗ୍ରସ୍ତ ଯୁବକ ଦ୍ବୟ ରାଜଗାଙ୍ଗପୁର ଅଞ୍ଚଳର ବାସୀନ୍ଦା ବିଶ୍ବଜିତ ମାଇତି ଓ ଦେବାଶିଷ ପରିଡା ବୋଲି ଜଣାପଡିଛି । ଦୁର୍ଘଟଣାରେ ବିଶ୍ବଜିତଙ୍କର ଗୋଡ ଭାଙ୍ଗିଥିବା ନେଇ ସୂଚନା ରହିଛି ।

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ରୁ ରଞ୍ଜିତ କୁମାର ରାଉତଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here