ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କୁ ହତ୍ୟା ସହିତ ଘର ପୋଡି , ଅଭିଯୁକ୍ତ ଅଟକ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ପଟାମୁଣ୍ଡ ଗ୍ରାମରେ ଚାଷ ଜମିକୁ କାଳିଆ ଦେହୁରୀ(୫୫) ଯାଇଥିବା ବେଳେ ଟାଙ୍ଗୁରୁ ଗିରି (୨୭) ଏକ ଟାଙ୍ଗିଆ ଧରି ହଠାତ କ୍ଷେତକୁ ପହଞ୍ଚି କାଳିଆ ଦେହୁରୀକୁ ଚୋଟ ମାରିଥିଲା । ହେଲେ ତାର ତଥାପି ରାଗ ଶାନ୍ତ ହୋଇନଥିଲା । ସେଠାରୁ ଯାଇ ପୁଣି କାଳିଆ ଦେହୁରୀର ଘରକୁ ପୋଡି ଜାଳି ଦେଇଥିଲା ଏନେଇ ଆଜି ସକାଳେ ପୋଲିଶ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟାଙ୍ଗୁରୁ ଗିରିକୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ସେପଟେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛି ମହୁଲ ପଦା ପୋଲିଶ । ଏହା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here