କେନ୍ଦ୍ରାପଡା ନିକିରାଇ ଥାନାଧିକାରୀଙ୍କୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ଆଜି କେନ୍ଦ୍ରାପଡା ନିକିରାଇ ଥାନା ଅଧିକାରୀ ଶ୍ରୀଯୁକ୍ତ କାବୁଲି ବାରିକଙ୍କୁ ଯେତେବେଳେ ଦେଶରେ କରୋନା ମହାମାରୀ ତାର ତାଣ୍ଡବ ଳୀଳା ରଚୁଥିବା ବେଳେ ଏବଂ କୋଭିଡ୍-19ର କରାଳ କାୟାରେ ସମଗ୍ର ବିଶ୍ୱବାସୀ ବା ଦେଶବାସୀ ଆତଙ୍କିତ ଅବସ୍ଥାରେ ରହୁଥିବା ସମୟରେ ଏବଂ କରୋନା ରୋଗ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିଲା । ଠିକ୍ ସେହି ସମୟରେ ଶ୍ରୀଯୁକ୍ତ ବାରିକ୍ ତାଙ୍କ ନିଜ ଜୀବନକୁ ବାଜି ଲଗାଇ ଘରଦ୍ୱାର ଭୂଲି ପିଲାଛୁଆ ଛାଡି ଲୋକମାନଙ୍କ ସୁରକ୍ଷା ନିମନ୍ତେ ଦିନରାତି ଯେଭଳି ଅକ୍ଲାନ୍ତ ପରିଶ୍ରମ କରି ସାଧାରଣ ଜନତାଙ୍କ ଜୀବନ ବଞ୍ଚିବା ନିମନ୍ତେ ସେବା ବା ଶୁରକ୍ଷା ଯୋଗାଇ ଆସୁଥିଲେ । ଠିକ୍ ସେହି ସମୟରେ ତାଙ୍କର ସେହି ମାନବିକତା ବୋଧ ଓ କର୍ତ୍ତବ୍ୟ ପରାୟଣତା ବା ନିଷ୍ଠା ପରତା ପାଇଁ ତାଙ୍କୁ ପରିବେଶବିତ୍ ଓ ନିକିରାଇ ମହାବୀର ନୋଡାଲ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥ ସାରଥୀ ବେହେରା ଏବଂ ଓଡିଆ ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀଯୁକ୍ତ ମାନସ କୁମାର ସାହୁ ଓ ସାଥୀରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ, ସାମ୍ବାଦିକ ରଞନ କୁମାର ସାହୁ ଓ ସାମ୍ବାଦିକା ନମିତା ନାୟକ ଏବଂ ନାରୀନେତ୍ରୀ ଓ ସମାଜସେବୀ ଶ୍ରୀମତୀ ରିନାରାଣୀ ଦାସ, ଶ୍ରୀମତୀ ନମିତା ଜେନା, ମମତା ପାତ୍ର ପ୍ରମୁଖ ଥାନା ପରିସରରେ ଶ୍ରୀଯୁକ୍ତ ବାରିକଙ୍କୁ ଭେଟି ପୁଷ୍ପଗୁଚ୍ଛ ଉତ୍ତରୀୟ ଏବଂ ଚାରାବୃକ୍ଷ ଦେଇ କରୋନା ଯୋଦ୍ଧାଭାବେ ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here