ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେଲା କାରୋନା ଟୀକା କରଣ :ନବରଙ୍ଗପୁର

ଡାବୁଗାଁ,୧୮/୧ :ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ୧୧ ଘ॰ ରେ କରୋନା ଟୀକା କାରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି | ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାଶିଷ୍ଟ ଦେବେନ୍ଦ୍ର କୁମାର ନାୟକ ପ୍ରଥମେ ଟୀକା ନେଇଥିଲେ | ତାପରେ ଡାକ୍ତର ବଦ୍ରିପ୍ରସାଦ ନାୟକ, ଷ୍ଟାଫ ନର୍ସ ନିର୍ଝରିଣୀ ସୁନା ଓ ଫାର୍ମାଶିଷ୍ଟ ଦିଲ୍ଲୀପ କୁମାର ଗୁପ୍ତା ଟୀକା ନେଇଥିଲେ | ସରକାର ଙ୍କ ନିୟମାନୁସାରେ ଟୀକା ନେବା ପରେ ବ୍ୟକ୍ତି ଅଧା ଘଣ୍ଟା ପର୍ଯ୍ୟବେକ୍ଷଣ କକ୍ଷରେ ରହିଥିଲେ | ଏମାନଙ୍କ ଠାରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖା ଯାଇନଥିଲା | ଟିକାକରଣ କେନ୍ଦ୍ରରେ ସମ୍ଭାବ୍ୟ ପାର୍ଶ୍ଵପ୍ରତିକ୍ରିୟା ପାଇଁ ମେଡିକାଲ ଟିମକୁ ପ୍ରସ୍ତୁତ ରଖାଯାଇଥିଲା | ଡାବୁଗାଁରେ ଅନଲାଇନ ଜରିଆରେ ୧୩୦ ଜଣ ବ୍ୟକ୍ତି ରେଜିଷ୍ଟେସନ କରିଥିଲେ | ଏମାନଙ୍କ ମଧ୍ୟରୁ ୧୦୦ ଜଣଙ୍କୁ ଟୀକା ଦିଆଯିବ ବୋଲି ସୂଚନା ମିଳିଛି | ଏହି ଟିକାକରଣ ସମୟରେ ଏଡିଏମଓ (ଜନସ୍ୱାସ୍ଥ୍ୟ) ଡା॰ ମଳୟ କୁମାର ତ୍ରିପାଠୀ, ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା॰ ଶୁଭଙ୍କର ଜେନା, ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା॰ସୁଭାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ | ଏହି ଟିକାକରଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ ଘ॰ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here