ଆଜି କେନ୍ଦ୍ରାପଡା ବାରିମୂଳସ୍ଥିତ ଉପ କାରାଗାର ପରିସରରେ ସାଥିରେ ପତ୍ରିକା ଫାଉଣ୍ଡେସନ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଥମେ ପରିସର ବାହାରେ ବୃକ୍ଷରୋପଣ କରାଯିବା ସହିତ ଜେଲର ସମସ୍ତ କର୍ମଚାରୀ ଏବଂ ଅନ୍ତେବାସୀ ମାନଙ୍କୁ ମାକ୍ସ୍, ସାନିଟାଇଜର ଜିଲ୍ଲା ସଭାପତି ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ଓ ପରିବେଶବିତ୍ ଶ୍ରୀଯୁକ୍ତ ପାର୍ଥ ସାରଥୀ ବେହେରା ଏବଂ ଓଡିଆ ଚଳଚ୍ଚିତ୍ର ପ୍ରଡ୍ୟୁସର ଏବଂ ସମାଜସେବୀ ଶ୍ରୀଯୁକ୍ତ ମାନସ କୁମାର ସାହୁଙ୍କ ନେତୃତ୍ୱରେ ବଣ୍ଟନ କରାଯାଇଥିବା ବେଳେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରଞନ କୁମାର ସାହୁ ଓ ନମିତା ନାୟକ, ରିନାରାଣୀ ଦାସ, ନମିତା ଜେନା, ମମତା ପାତ୍ର ଓ ନାରୀନେତ୍ରୀ ଶ୍ରୀମତୀ ଅନୀତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାରାଗାରର ଅଧ୍ୟକ୍ଷ ଶ୍ରୀଯୁକ୍ତ ସର୍ବେଶ୍ୱର ସହୁ ଓ ଉପ ଅଧ୍ୟକ୍ଷ ଶ୍ରୀଯୁକ୍ତ କୁଆଁର ଏକାଙ୍କୁ କରୋନା ଯୋଦ୍ଧା ସମ୍ମାନ ପୂର୍ବକ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଚାରା ବୃକ୍ଷ ଦେଇ ସମ୍ବର୍ଦ୍ଧିତ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।
କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।