ଗାଁ ସାଥୀ ହତ୍ୟା ମାମଲାରେ ଜନୈକା ମହିଳା ସମେତ ୬ ଅଟକ : ସୁନ୍ଦରଗଡ଼

ଅମାନୁଷିକ ଓ ନିର୍ମମ ଭାବେ ହତ୍ୟା କରି ଖଣ୍ଡ ବିଖଣ୍ଡିତ ଶରୀରକୁ ଫୋପାଡି ଦେଲେ ପୋଖରୀ ଭିତରେ । ହତ୍ୟା କାଣ୍ଡର କାରଣ ଅସ୍ପଷ୍ଟ । ତେବେ ଏହି ଘଟଣାର ତଦନ୍ତ କରି ପଚରା ଉଚୁରା ପାଇଁ ଟାଉନ ଥାନା ପୋଲିଶ ଜନୈକା ମହିଳାଙ୍କ ସମେତ ଥାନାରେ ଅଟକ ରଖିଛି ୬ ଜଣଙ୍କୁ । ଚାଲିଛି ଘଟଣାର ତନାଘନା ତଦନ୍ତ । ଏ ଭଳି ଏକ ଅମାନୁଷୀକ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ ଜିଲ୍ଲା କିରେଇ ପଞ୍ଚାୟେତ ଅନ୍ତର୍ଗତ ଭବାନୀପୁରରେ । ବରପାଲି ସ୍ଥିତ ମୟାବାହାଲ ଅଞ୍ଚଳର ବାସୀନ୍ଦା ରମେଶ ସିଂ ଭବାନୀପୁର ପଞ୍ଚାୟୟେତରେ ଗାଁ ସାଥୀ ଭାବେ କାର୍ଯ୍ୟ କରୁଥିଲେ ତେବେ ସେ ବୁଧବାର ଦିନ ହଠାତ ନିଖୋଜ ହୋଇଯାଇଥିଲେ । ଗୁରୁବାର ଦିନ ହୋଟେଲ ରମେଶ ଆମ୍ବିଆନ୍ସ ପଛପଟେ ପଡିଥିବା ଗୋଟିଏ କଟା ହୋଇଥିବା ମଣିଷ ହାତ ଧରି କୁକୁର ବୁଲୁଥିବା ନେଇ ଦେଖଣା ହାରୀ ଥାନାରେ ଅଭିଯୋଗ କରିବା ପରେ ନିଖୋଜ ରମେଶର ବଡଭାଇ କଟା ହାତକୁ ଦେଖି ତାଙ୍କ ସାନ ଭାଇର ବୋଲି ଚିହ୍ନିବା ପରେ ହତ୍ୟା ଘଟଣାର ଆଶଙ୍କା କରି ପୋଲିଶ ତନାଘନା ତଦନ୍ତ ଆରମ୍ଭ କରିଥିଲା । ତେବେ ଉକ୍ତ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭଜା ଓରାମ ଘର ବାରିପଟୁ ମୃତ ରମେଶର ଜଳା ପୋଡା କପଡା , ଚପଲ ମିଳିବା ସହ ରକ୍ତ ପଡିଥିବାର ଦେଖା ଯାଇଥିଲା । ତେବେ ଗୁରୁବାର ଦିନ ଖଣ୍ଡ ବିଖଣ୍ଡିତ ଶରୀର ମିଳିବା ପରେ ଶୁକ୍ରବାର ଅଗ୍ନିଶମ ବିଭାଗର ସହାୟତାରେ ନିକଟସ୍ତ ପୋଖରୀରୁ କଟା ମୁଣ୍ଡ ସମେତ କଟା ହୋଇଥିବା ହାତ ଗୋଡ ମିଳିଥିଲା । ଚାଲିଛି ତଦନ୍ତ , ତଦନ୍ତ ଶରୀବା ପରେ ଉନ୍ମୋଚନ ହେବ ହତ୍ୟା ରହସ୍ୟ । ଉକ୍ତ ଖଣ୍ଡ ବିଖଣ୍ଡିତ ଶରୀର ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ବ୍ୟବଛେଦ ହୋଇ ନ ପାରିବାରୁ ପରିଶେଷରେ ବୁର୍ଲା ପଠାଯାଇଛି ବ୍ୟବଛେଦ ପାଇଁ । ଲାଗିଛି ପୋଲିଶ ହତ୍ୟା ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନରେ । ଦେଖିବାକୁ ବାକି ରହିଲା କେବେ ଖୁଲାସା ହେବ ହତ୍ୟା ଘଟଣାର ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here