ବିଭିନ୍ନ ରଙ୍ଗ ବେରଙ୍ଗର ଫୁଲ କୋବି ଚାଷ କରି ସଫଳ ହୋଇଛନ୍ତି ଚାଷୀ ହରେକୃଷ୍ଣ ସାହୁ : ସୁନ୍ଦରଗଡ଼

ଆଗ କାଳରେ କେବଳ ଧଳା ରଗଂର କୋବି ଚାଷର ପ୍ରସିଦ୍ଧ ଲାଭ କରୁଥିଲା। ଏବେ କିନ୍ତୁ ବିଭିନ୍ନ ରଗଂ ବେରଙ୍ଗର କୋବି ଚାଷ ଦେଖିବାକୁ ମିଳୁଛି। ଗତ କିଛି ତଳେ ଚାଷୀ କୋବି ଚାଷ କରି ସଫଳ ଲାଭ କରିଥିବା ବେଳେ ଚଳିତ ବର୍ଷ ବଣାଇଁ ଉପଖଣ୍ଡର ତଳିତା ଗ୍ରାମରେ ହଲଦିଆ, ବାଇଗଣୀ , ସାଗୁଆ ଓ ଧଳା ବର୍ଣ୍ଣ କୋବି ଚାଷ କରି ସଫଳ ଚାଷୀର ଉଦ୍ଧାରଣ ସୃଷ୍ଟି କରିଛନ୍ତି ଜଣେ ଚାଷୀ ପରିବାର। ତଲିତା ଗ୍ରାମର ରାମଚନ୍ଦ୍ର ସାହୁ, ହରେକୃଷ୍ଣ ସାାହୁ ତଥା କୃଷି ବିଭାଗର ଗ୍ରାମସେବକ ଭାବେ କାର୍ଯ୍ୟରତ ଉତ୍ତର କୁମାର ସାହୁ । ଚଲିତ ବର୍ଷ ନିଜ ବାଡିରେ ୭ ହଜାର ଉର୍ଦ୍ଧ୍ବ ବିଭିନ୍ନ କିସମର କୋବି ଚାଷ କରିଛନ୍ତି। ଯାହାକି ବାଇଗଣୀ, ହଳଦିଆ, ସବୁଜ ଓ ଧଳା ରଙ୍ଗର ଫୁଲକୋବି ଚାଷ ହୋଇଛି ।ଏହି ଚାଷ ପାଇଁ ସେ ଅନଲାଇନ ରୁ ପ୍ରଣାଳୀ ଶିକ୍ଷାକରି ସେମାନେ ଭୂବନେଶ୍ବର ସ୍ଥିତ କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓ. ୟୁ. ଏଟି) ରୁ କୋବି ମଞି ସଂଗ୍ରହ କରି ନିଜ ବାଡିରେ ଚାରା ପକାଇଥିଲେ। ଚାରା ଉତ୍ପାଦନ ପରେ ଏହା ନିଜ ଚାଷ ଜମିରେ ଲଗାଇଥିଲେ। ଏଥିରେ କେବଳ ଗୋବର ଖତ, ଜିଆ ସାର, କମ୍ପୋଷ୍ଟ, ଛେଲି ମଳ ଦେଇ ଚାଷ କରିଥିବା ବେଳେ କୌଣସି ରାସାୟନିକ ସାର ପ୍ରୟୋଗ କରିନଥିଲେ। ଏବେ ଗତ କିଛି ଦିନ ହେବ ଫୁଲ କୋବି ଫୁଟିବା ପରେ ଏଥିରେ ବିଭିନ୍ନ ରଗଂର କୋବି ଫୁଟିଛି। ଏଥିରେ କୌଣସି ରୋଗ ପୋକ ହେଇ ନଥିବା ବେଳେ ଦେଖିବାକୁ ଅତି ସୁନ୍ଦର ଦିଶୁଛି। ଏହାକୁ ଏହି ଚାଷୀ ପରିବାର ବଣାଇଁ ସପ୍ତାହିକି ହାଟକୁ ବିକ୍ରୀ କରିବା ପରେ ଏହାର ଲୋକ ପ୍ରିୟତା ବୂଦ୍ଧି ପାଇବାରେ ଲାଗିଛି। ଏବେ ଏହି ରଗଂ ବେରଙ୍ଗର କୋବି ର ଚାଷ ପ୍ରଣାଳୀ ଏବଂ ଏହାର ସଫଳତାକୁ ଦେଖିବା ପାଇଁ ଗ୍ରାମରେ ଭିଡ ଜମୁଛି। ଏହି ଚାଷ ଦେଖିବାକୁ ଏବଂ ଅନୁଧ୍ୟାନ କରିବାପାଇଁ ଭୁବନେଶ୍ଵର ସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର (ଓ.ୟୁ.ଟି)କୃଷି ବୈଜ୍ଞାନିକ ମାନେ ଆସୁଥିବା ଜଣାପଡିଛି। ଯାହାକି ବଣାଇ ପାଇଁ ଗୌରବ ଅର୍ଜନ କରିଛନ୍ତି ଉତ୍ତମ ସାହୁ । ବିଭିନ୍ନ ଗ୍ରାମରୁ ଆସୁଛନ୍ତି ଚାଷ ଦେଖିବା ସହିତ ଚାଷ ପ୍ରଣାଳୀ ବୁଝିକି ଯାଉଛନ୍ତି ତେଣୁ ସେ ବହୁତ ଖୁସି ଅନୁଭବ କରିଛନ୍ତି । ଏବେ ଏହି ନୂତନ ଭିନ୍ନ ଚାଷ କରିଥିବାରୁ ବଣାଇ ଅଞ୍ଚଳରେ ପ୍ରଶଂସା ଅର୍ଜନ କରିଛନ୍ତି । ଏବେ ଏହି ଚାଷ ବଢିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here