ଡୁମେରଜୋର ଏସବିଆଇ ବ୍ୟାଙ୍କ ଡକାୟତି ଘଟଣାର ପର୍ଦ୍ଧାଫାଶ , ତିନି ଗିରଫ : ସୁନ୍ଦରଗଡ଼

ବିଗତ ତିନି ଦିନ ତଳେ କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଡୁମେରଜୋର ପଞ୍ଚାୟତ ପରିସର ଭିତରେ ଥିବା ଏସବିଆଇ ବ୍ୟାଙ୍କରୁ ଅଜଣା ଦୁର୍ବୃତ ମାନେ ଆସି ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ ୬ ଲକ୍ଷ୍ୟ ଟଙ୍କା l ଏ ବାବଦରେ ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିବାପରେ ସୁନ୍ଦରଗଡ଼ ଏସପିଙ୍କ ନିର୍ଦେଶରେ ବୀରମିତ୍ରପୁର ଏସଡିପିଓ ଓ କୁଆଁରମୁଣ୍ଡା ଫାଣ୍ଡି ପୋଲିଶକୁ ନେଇ ଗଠିତ ହୋଇଥିବା ଏକ ଦଳ ବିଭିନ୍ନ ଆଡେ ତଦନ୍ତ କରି ମାତ୍ର ତିନି ଦିନ ଭିତରେ ଉକ୍ତ ଡକାୟତି ଦଳର ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି l ଉକ୍ତ ଘଟଣାରେ ସମୁଦାୟ ୭ ଜଣ ସମ୍ପୃକ୍ତ ଥିବାର ଜଣାପଡିଛି l ଏବେ ସୁଦ୍ଧା ମାଷ୍ଟର ମାଇଣ୍ଡ ସହିତ ଚାରି ଜଣ ଫେରାର୍ ଅଛନ୍ତି l ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତଙ୍କ ଠାରୁ ଦୁଇଟି ବାଇକ ସମେତ ସମୁଦାୟ ୯୦୦୦ ଟଙ୍କା ଜବତ ହୋଇଥିବା ବେଳେ ଅନ୍ୟ ଟଙ୍କା ଗୁଡିକ ଫେରାର ଅଭିଯୁକ୍ତ ମାନଙ୍କ ପାଖରେ ରହିଛି ବୋଲି ଗିରଫ ଅଭିଯୁକ୍ତ ମାନେ ପୋଲିଶ ଆଗରେ ସ୍ୱୀକାର କରିଛନ୍ତି I ବୀରମିତ୍ରପୁର ଓ କୁଆଁରମୁଣ୍ଡା ପୋଲିଶର ତଦନ୍ତ ଜାରି ରହିଛି I ବହୁ ଶୀଘ୍ର ମାଷ୍ଟର ମାଇଣ୍ଡ ସମେତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିଶ କହିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here