ଯୁକ୍ତ ତିନି ସେସ ବର୍ଷ ଛାତ୍ର ଛାତ୍ରୀଙ୍କ ଫର୍ମ ଫିଲପ ବର୍ଜନ।

ଜଗତସିଂହପୁର ସଦର ସ୍ଥିତ ସ୍ଵାମୀ ବିବେକାନନ୍ଦ ସ୍ମାରକୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ଶେଷ ବର୍ଷ ଛାତ୍ରଛାତ୍ରୀ ଙ୍କ ଫର୍ମ ଫିଲପ ଫି ବୃଦ୍ଧି ପ୍ରତିବାଦରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୋଭିଡ଼ ଯୋଗୁଁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ରିଆଡ଼ମିଶନ ଫି ଏବଂ ଫର୍ମ ଫିଲପ ଫି ଅଭିଭାବକ ମାନଙ୍କ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି। ସେହି କାରଣରୁ ଫର୍ମ ଫିଲପ ଫି କୁ ଛାଡ଼ କରିବାପାଇଁ ଛାତ୍ରଛାତ୍ରୀ ସୁଭାଙ୍ଗି ମଧୁସ୍ମିତା ବସ୍ତିଆ, ଅଭିଷେକ ସାହୂ,ସତ୍ୟଜିତ ବଣୁଆ, ଅଂଶୁମାନ ରାଉତ ରାୟ, କଳ୍ପତରୁ ବାରିକ, ସୌମ୍ୟ ଜିତ ବେହେରା ପ୍ରମୁଖ ବହୁ ଛାତ୍ରଛାତ୍ରୀ  ପ୍ରକାଶ କରିଛନ୍ତି।

ଜଗତସିଂହପୁରରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ଙ୍କ ରିପୋଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here