ଖବର ସଂକ୍ଷେପ ରେ……ତାରିଖ ୧୭/୦୧/୨୧, ରବିବାର(NEWS IN BULLETS)

୧-ଗତ କାଲି ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୮୫ ପ୍ରତିଶତ ଟିକାକରଣ, ଆଗାମୀ ୧୦ ଦିନରେ ସମସ୍ତ ପଞ୍ଜୀକୃତଙ୍କୁ ଦିଆଯିବ ଟିକା।

୨-କିମ୍‌ସରେ ଆରମ୍ଭ ହେଲା କୋଭିଡ୍‌ ୧୯ ଟିକା ଦାନ କାର୍ଯ୍ୟକ୍ରମ, ପ୍ରଥମ ଟିକା ନେଲେ ମେଡିକାଲ୍‌ କଲେଜର ଅଧ୍ୟକ୍ଷ ଓ ମହାନିର୍ଦ୍ଦେଶକ।

୩-JEE MAIN ପଞ୍ଜିକରଣ ଅବଧି ଚଳିତ ମାସ ୨୩ ପର୍ଯ୍ୟନ୍ତ ବୃଦ୍ଧି।

୪-ସାହିତ୍ୟିକ ଅକ୍ଷୟ କର୍ଣ୍ଣ ହେଲେ ଓଡିଶା ସଂସ୍କୃତି କଳା ପରିଷଦର ରାଜ୍ୟ ସଂଯୋଜକ।

୫-ଇସ୍ପାତ୍‍ କ୍ଷେତ୍ର ଓ ଖଣି ପରିଚାଳନା ନେଇ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ

୬-ରାଜ୍ୟରେ ଟିକାକରଣର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଟିକା ନେଇଥିବା ସମସ୍ତଙ୍କ ସୁସ୍ଥତା କାମନା କଲେ।

୭-ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଶାର ସବୁ ଆଦର୍ଶ ବିଦ୍ୟାଳୟରେ ଖୋଲିବ ବାଣିଜ୍ୟ ଷ୍ଟ୍ରିମ: ଶିକ୍ଷାମନ୍ତ୍ରୀ

୮-ଚାକିରିରୁ ବରଖାସ୍ତ ହେଲେ ଲକ୍ଷ୍ମୀପୁର ବିଡିଓ ଦିଲୀପ କୁମାର ପଟ୍ଟନାୟକ।

୯-କଟକ ପରେ ଏବେ ସମ୍ବଲପୁରରୁ ନକଲି ଗୋଦାମ ଠାବ, ଜବତ ହେଲା ୨୫୦୦୦ ପ୍ୟାକେଟ୍ ନକଲି ସର୍ଫ ଏକ୍ସେଲ।

୧୦-ହ୍ୱାଟ୍ସଆପ୍ ହାତ ଛାଡ଼ିବାରୁ ନରମିଲା କମ୍ପାନୀର ଆଭିମୁଖ୍ୟ । ନୂଆ ଅପଡେଟକୁ ମେ’ ୧୫ ଯାଏଁ ସ୍ଥଗିତ ରଖିବା ସହ ଦେଲା ସ୍ପଷ୍ଟୀକରଣ ।

୧୧-ଟୀକାକରଣର ପ୍ରଥମଦିନ: ଦେଶରେ ଟିକା ନେଲେ ୧ଲକ୍ଷ ୬୫ ହଜାର ୭୧୪ ଜଣ, ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ଡାକ୍ତରଖାନାରେ କେହି ଭର୍ତ୍ତି ହୋଇନାହାନ୍ତି।

୧୨-ଖୁବ୍ ଶୀଘ୍ର ଦେଶକୁ ମିଳିପାରେ ଆଉ ଏକ ଭ୍ୟାକ୍ସିନ୍‌, ତୃତୀୟ ପର୍ଯ୍ୟାୟରେ ସ୍ପୁଟନିକ୍‌-ଭି।

୧୩-ପୁଣି ଜାମ୍ମୁ-କାଶ୍ମୀରରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୪.୧।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here