୩ ଟି ବିରଳ ପେଚା ଛୁଆ ଉଦ୍ଧାର : ନବରଙ୍ଗପୁର

ନବରଙ୍ଗପୁର: ନବରଙ୍ଗପୁର ଜିଲା ଡାବୁଗାଁ ବନାଞ୍ଚଳ ଅଧୀନ ଲାଣ୍ଡୁଗୁଡା ଗ୍ରାମରୁ ନବ ବିଭାଗ ଦ୍ଵାରା ରବିବାର ୩ ଟି ବିରଳ ପେଚା ଛୁଆ ଉଦ୍ଧାର କରାଯାଇଛି | ସୂଚନାଯୋଗ୍ୟ :- ଆଜି ପୂର୍ବାହ୍ନ ୧୧ ଘ॰ ସମୟରେ ଡାବୁଗାଁ ବନାଞ୍ଚଳ ର ମଇଦଲପୁର ସେକସନ ଅଧୀନ ମାଝୀଗୁଡା ଗ୍ରାମର ନିକଟ ଲାଣ୍ଡୁଗୁଡା ଗ୍ରାମରେ ଏକ ଫମ୍ପା ସଲଫ ଗଛରୁ କିଛି ଦିନ ହେଲା ଏକ ଅଜବ ଧରଣର ଶବ୍ଦ ବାହାରୁଥିଲା | ଲୋକେ ଉକ୍ତ ଗଛ କୋରଡରେ ସାପ ରହୁଛି ବୋଲି ଭାବି ସେହି ଗଛକୁ ହାଣି ଦେଇଥିଲେ | ଗଛ ତଳେ ପଡିଯିବା ପରେ ଗଛ କୋରଡରୁ ବିରଳ ପେଚା ଛୁଆ ବାହାରିଥିଲା | ଏହି ବିରଳ ପକ୍ଷୀ କୁ ଦେଖିବା ପରେ ଗ୍ରାମବାସୀ ଡାବୁଗ ବନ ବିଭାଗକୁ ଖବର ଦେଇଥିଲେ | ଖବର ପାଇ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମଙ୍ଗୋ ଓ ମଇଦଲପୁର ବନପାଳ ଉମାକାନ୍ତ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ୫ ଟି ବିରଳ ପେଚା ଛୁଆ କୁ ଉଦ୍ଧାର କରିଥିଲେ | ସେଥିରୁ ୨ ଟି ଛୁଆ ଗଛ ତଳେ ଚାପି ହୋଇ ମରିଯାଇଥିଲେ | ଏହି ଛୁଆକୁ ଉଦ୍ଧାର କରି ବନ ବିଭାଗର ମଇଦଲପୁର ସେକସନ କାର୍ଯ୍ୟ|ଳୟ କୁ ନିଆଯାଇଥିଲା | ସେଠାରେ ନବରଙ୍ଗପୁର ଜିଲା ସଦରମହକୁମାର ପ୍ରାଣୀ ଚିକିତ୍ସକ ଦଳ ପହଞ୍ଚି ପେଚା ଛୁଆ ଗୁଡିକୁ ଚିକିତ୍ସା କରିଥିଲେ | ପରେ ଉଦ୍ଧାର ହୋଇଥିବା ପେଚା ଛୁଆ ଗୁଡିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ମୃତ ୨ ଟି ପେଚା ଛୁଆକୁ ଭୁବନେଶ୍ଵର ସ୍ଥିତ ଲ୍ୟାବ କୁ ଟେଷ୍ଟିଙ୍ଗ ପାଇଁ ପଠାଯାଇଥିବା ସୂଚନା ମିଳିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here