ଶ୍ରୀରାମ ଜନ୍ମଭୂମି ସମର୍ପଣ ଅଭିଯାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ଉତ୍ସବ ପାଳିତ : କେନ୍ଦ୍ରାପଡା

ଆଜି ମାର୍ଶାଘାଇ ଖଣ୍ଡର ବଟିରା ଓ ତାଳସଙ୍ଗା ମଣ୍ଡଳ ପକ୍ଷରୁ ଶ୍ରୀରାମ ଜନ୍ମଭୂମୀ ସମର୍ପଣ ଅଭିଯାନ କାର୍ଯ୍ୟକ୍ରମର ଶୁଭ ଉଦଘାଟନୀ ସ୍ଥାନୀୟ ବେରୁହାଁ ପଞ୍ଚାୟତର ମୁକ୍ତେଶ୍ଵର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବିଶ୍ବହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ତ୍ରିପାଠୀଙ୍କ କରକମଳରେ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନ ପ୍ରମୁଖ ତଥା ବିଶ୍ବହିନ୍ଦୁ ପରିଷଦର ସମ୍ପାଦକ ବିରେନ୍ଦ୍ର କୁମାର ସାମଲ ଏବଂ ସହ ସମ୍ପାଦକ ଅଜିତ କୁମାର ଦାସ, କୋଷାଧ୍ୟକ୍ଷ ପ୍ରଭାତ ମହାନ୍ତି, ବଜରଙ୍ଗ ଦଳ ସଂଯୋଜକ ସତ୍ୟପ୍ରିୟ ଜେନା, କିଷାନ ସଂଘ ସଭାପତି ଚିନ୍ମୟ ଦାସ, ମାର୍ଶାଘାଇ ପ୍ରଖଣ୍ଡ ସମ୍ପାଦକ ମୋହନ ରାଉତ, ଶିଶିର ଦାସ, ବିମ୍ବାଧର ଲେଙ୍କା ଏବଂ ମିଳିମିଳା ମଠର ମହନ୍ତ ବାବା ଶ୍ରୀଯୁକ୍ତ ରାମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।ପରିଶେଷରେ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଅ°ଶଗ୍ରହଣ କରିଥିବା ସମସ୍ତ ରାମ ଭକ୍ତମାନଙ୍କୁ ମୋହନ ରାଉତ ଧନ୍ୟବାଦ ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here