ସଞ୍ଜୟ କୁମାର ଦାସବର୍ମାଙ୍କ ଅଗ୍ନି ବିପନ୍ନ ପରିବାର ଙ୍କୁ ଭେଟ : ପୁରୀ

ଆଜି ଦିନ ୮ଟା.୩୦ ମିନିଟ୍ ସମୟରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ ଭାଇଲିପୁର ଗ୍ରାମ ପଞ୍ଚାୟତ ରୂଆ ଗ୍ରାମର ଅଗ୍ନି ବିପନ୍ନ ପରିବାର ରମେଶ ପାଣ୍ଡି, ବିଜୟ ପାଣ୍ଡି, ତ୍ରିନାଥ ପାଣ୍ଡି, ବାବନ ପରିଡା, ଲକ୍ଷ୍ମୀଧର ପରିଡା ଓ ମଙ୍ଗୁଳି ପ୍ରଧାନଙ୍କୁ ଭେଟି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ପୁରୀ ସଦର ବ୍ଲକ ତହସିଲ ଦାର ଶ୍ରୀଯୁକ୍ତ ରବିନ୍ଦ୍ର ପ୍ରଧାନ, ସଦର ବ୍ଲକ ଉନ୍ନୟନ ଅଧିକାରୀ ରାମଚନ୍ଦ୍ର ପଟ୍ଟନାୟକ, ରଜସ୍ଵ ନୀରିକ୍ଷକ ବିଷ୍ଣୁ ଚରଣ ମହାପାତ୍ର, ନିମଜ କୁମାର ପ୍ରଧାନ, ସୁପରଭାଇଜର ପ୍ରହଲ୍ଲାଦ ବେହେରା, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାର୍ତ୍ତବିଯ୍ୟ ସ୍ଵାଇଁ, ଭାଇଲପୁର ପଞ୍ଚାୟତ ସରପଞ୍ଚ ପଦ୍ମଚରଣ ଭୋଇ, ପୂର୍ବତନ ସରପଞ୍ଚ ରମେଶ ପ୍ରଧାନ ଓ ଶ୍ରୀ ପ୍ରକାଶ ମିଶ୍ର ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here