କେନ୍ଦ୍ରାପଡାରେ ଆରମ୍ଭ ହେଲା କୋଭିଡ୍ ଭେକ୍ସିନ୍ ଟୀକା କରଣ

ଆଜି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ covid -19 ଟୀକାଦାନ କାର୍ଯ୍ୟକ୍ରମର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଅମ୍ରିତ ଋତୁରାଜ ଫିତାକାଟି ଟୀକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ପ୍ରଥମେ ଟୀକା ନେଇଥିଲେ । ଟୀକା ଦାନ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇ ଏହାକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଅମୃତ ଋତୁରାଜ ନିବେଦନ କରିଛନ୍ତି । ଆଜି ପ୍ରଥମ ଦିନରେ ଜିଲ୍ଲାରେ ୬ଶହ ଟୀକା ପ୍ରଦାନ କରାଯାଇଛି । ଟୀକାଦାନ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଗୋଟିଏ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୪ଗୋଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଟିକା ପ୍ରଦାନ କେନ୍ଦ୍ର ଖୋଲାଯାଇଛି । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଓ କୋଭଡ୍ ଯୋଦ୍ଧା, ସଫେଇ କର୍ମଚାରୀ ଟୀକାନେବା ସରକାରୀ ସ୍ତରରେ ପ୍ରସ୍ତୁତ ବା ସ୍ଥିର କରାଯାଇଛି । ପ୍ରତି ଟୀକାଦାନ କେନ୍ଦ୍ରରେ ୫ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜିଲ୍ଲାରେ ଟୀକାଦାନ କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here