କଳିଯୁଗର ପୁଅ ଟଙ୍କା ପାଇଁ ନିଜ ମା’ଙ୍କ ବେକ କାଟି ହତ୍ୟା କରିଥିବା ଅଭିଯୋଗ : ସୁନ୍ଦରଗଡ଼

ପୁନଶ୍ଚ ଏକ ହତ୍ୟା ଘଟଣା ଆସିଛି ଲୋକ ଲୋଚନକୁ । ସାନ ପୁଅ କିଛିଟା ଟଙ୍କା ସକାସେ ଜନ୍ମଦାତ୍ରୀଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରୁଛନ୍ତି ମୃତା ମହିଳାଙ୍କ ବଡପୁଅ ରବି ଗୈ।ଡ ବହ୍ୟାମ ଗ୍ରାମର ବାସିନ୍ଦା । ହତ୍ୟାର ୯ ଦିନ ପରେ ବଡ ପୁଅ ସହ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଛନ୍ତି । ଏଭଳି ଏକ ଅଭାବନୀୟ ମର୍ମନ୍ତୁଦ ହତ୍ୟା କାଣ୍ଡ ଘଟିଯାଇଛି ସୁନ୍ଦରଗଡ ଜିଲ୍ଲା ରାଜଙ୍ଗପୁର ଥାନା ଅନ୍ତର୍ଗତ ଜରେଇକେଲା ପଞ୍ଚାୟତର ବହ୍ୟାମ ଗ୍ରାମରେ । ମାନବିକତାକୁ ଲଜ୍ଜିତ କରି ନିର୍ମମ ହତ୍ୟା କାଣ୍ଡ ଘଟାଇଛି ସାନପୁଅ ।କଳିଯୁଗିୟା ପୁଅ ନିଜ ମାଆର ବେକ କାଟି ହତ୍ୟା କରି ଘରେ ପକାଇ କେଉଁଆଡେ ଫେରାର ହୋଇଯାଇଛି ସାମାନ୍ୟ କେତୋଟି ଟଙ୍କା ପାଇଁ ।
ଜରାଇକେଲା ପଞ୍ଚାୟତର ବହ୍ଯାମ ଗାଁର ବାସିନ୍ଦା ରାଜୁ ଗୈ।ଡ ନାମକ ଜଣେ ଯୁବକ ତାଙ୍କ ମାତା ଲକ୍ଷ୍ମୀ ଗୈଡଙ୍କୁ ଧାରୁଆ ଅସ୍ତ୍ରରେ ବେକ କାଟିଦେଇ ଫେରାର ହୋଇଯାଇଛି । ଘଟଣାସ୍ଥଳରୁ ୯ ଦିନ ପରେ ଗ୍ରାମବାସୀ ମୃତ ଦେହରୁ ଦୁର୍ଗନ୍ଧ ହେବାରଙ ଜାଣିପାରି ଥିଲେ । ଗ୍ରାମବାସୀ ବିଳମ୍ବିତ ରାତିରେ ଏହି ଘଟଣା ବିଷୟରେ ରାଜଗାଙ୍ଗପୁର ଥାନାକୁ ଅବଗତ କରାଇଥିଲେ । ଖବର ପାଇ ପୋଲିଶ ବହ୍ୟାମ ଗ୍ରାମରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ମତବ୍ୟକ୍ତ କରିଛନ୍ତି । ତେବେ ଫେରାର ଥିବା ରାଜୁ ଗୈ।ଡର ସନ୍ଧାନ ମିଳିବା ପରେ ସମସ୍ତ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଗ୍ରାମବାସୀ ସହ ବଡପୁଅ ରବି କହିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here