କରୋନା ଟିକାକରଣ ଅଭିଯାନ ଆରମ୍ଭ : ପୁରୀ

ପୁରୀ-: ଜିଲ୍ଲାରେ କୋଭିଡ-୧୯ ଟିକାକରଣ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି । କରୋନା ଯୋଦ୍ଧା ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଟେଡାଣ୍ତ ଭାବେ କାର୍ଯ୍ୟରତ ୫୯ ବର୍ଷୀୟ ଶ୍ରୀ ବିଶ୍ବନାଥ ମଲ୍ଲିକଙ୍କୁ ଜିଲ୍ଲାରେ ପ୍ରଥମ ଟୀକା ଦିଆଯାଇଛି । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଟୀକାକରଣ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ୧୦ ହଜାର ୮୦୬ ଜଣ କରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯାୟ ଟୀକା ଦିଆଯିବ । ଏଥିରେ ଡାକ୍ତର, ଫାର୍ମାସିଷ୍ଟ, ପାରାମେଡିକ୍ସ, ଆଶା,ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରମୁଖ ସାମିଲ ହେବେ । ଆଜି ଜିଲ୍ଲାରେ ୮ଟି ସ୍ଥାନରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦୦ ଜଣ, ବଳିଆପଣ୍ତାସ୍ଥିତ ଦୋଳବେଦି କୋଣ ସହରାଞ୍ଚାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬୩, ମଙ୍ଗଳପୁରରେ ୧୦୦, ସତ୍ୟବାଦୀ ୧୦୯, ଚନ୍ଦନପୁରରେ ୯୩, ଗୋପରେ ୯୧, ଡେଲାଙ୍ଗରେ ୮୯, କଣାସରେ ୭୦ ଜଣ ଏହିଭଳି ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭୧୫ ଜଣଙ୍କୁ ଟୀକାକରଣ କରାଯାଇଛି । ଏହି ଟୀକାକରଣ ସପ୍ତାହ ଧରି ଜାରି ରହିବ । ଆସନ୍ତାକାଲି ଠାରୁ ଉକ୍ତ ୮ଟି ସ୍ଥାନ ସହ ଜିଲ୍ଲାର ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ପ୍ରଦାନ କରାଯିବ । ସକାଳ ୯ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହି ଟିକାକରଣ ଚାଲିବ । ଟିକା ଦେବା ନିମନ୍ତେ ୨୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଟୀକାକରଣ ବେଳେ ଆବଶ୍ୟକ କର୍ମଚାରୀ ଓ ଆମ୍ବୁଲାନ୍ସ ମୁତୟନ କରାଯାଇଛି । ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ମୁତୟନ ରହିଛନ୍ତି । ଏହି ଅଭିଯାନ ବେଳେ ବ୍ଲକ ସ୍ତରରେ ବିଡିଓ ମାନେ ତଦାରଖ କରିବା ନେଇ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଛନ୍ତି । ଟିକା ନେବାପରେ ପ୍ରତ୍ୟେକଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପୂର୍ବାଭାସ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତିର ଯାଞ୍ଚ କରିବା ସହ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି । ଟୀକାକରଣ ନିମନ୍ତେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ, ଦୋଳବେଦି କୋଣ ସହରାଞ୍ଚାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ କରାଯାଇଥିଲା । ଟୀକା ପ୍ରଦାନର ୨୮ ଦିନ ପରେ ଦ୍ବିତୀୟ ଟୀକା ଦିଆଯିବ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here