ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ୧୦୦ ଜଣ କୋଭିସିଲଡ୍ ଟିକା ନେଲେ : କେନ୍ଦ୍ରାପଡା

ରାଜ୍ୟରେ ଶନିବାର କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ହସ୍ପିଟାଲରେ ଶନିବାର କୋଭିଡ ଟିକାକରଣ କରାଯାଇଛି।ପ୍ରଥମେ ଆମ୍ବୁଲାନ୍ସ ଚାଳକ ଅଭିମନ୍ୟୁ ଦାସ ଟିକା ଗ୍ରହଣ କରିଥିଲେ।ଟିକାକରଣ କାର୍ଯ୍ୟକ୍ରମରେ ରାଜ୍ୟ ନିରିକ୍ଷକ ପ୍ରତିନିଧି ଭାବେ ଯୁଗ୍ମ ନିର୍ଦ୍ଦେଶକ ଡା. ସଞ୍ଜୁଲତା ଶତପଥୀ ,ୟୁନିସେଫ୍ କନସୋଲଟାଣ୍ଡ କସ୍ତୁରୀ ପଣ୍ଡା,କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହାୟକ ଅକ୍ଷୟ ଅଗ୍ରଓ୍ବାଲ ,ଜିଲ୍ଲା ମୁଖ୍ୟ ଚିକିତ୍ସ ଅଧିକାରୀ ଅନୀତା ପଟ୍ଟନାୟକ, ଜିଲ୍ଲା ଜଳସ୍ବାସ୍ଥ୍ଯ ଅଧିକାରୀ ଡା.ଏମ୍.ବି. ବେଗ୍, ଡା. କୃଷ୍ଣ ଚନ୍ଦ୍ର ଲୁହା,ଡା.ଅମିତ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।ପଟ୍ଟାମୁଣ୍ଡାଇ ବିଡ଼ିଓ ଭରତ ଚନ୍ଦ୍ର ପରିଡା, ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ନିରାକାର ପରିଡା, ଡା. ଚନ୍ଦ୍ର ଶେଖର ଦାସ, ଡା.ସୌମ୍ୟଜିତ ସମତରାୟ,ଡା ପଦ୍ୟୁନ୍ମ କୁମାର ପଣ୍ଡା, ଜନସ୍ବାସ୍ଥ୍ଯ ଅଧିକାରୀ ଶ୍ରୀଧର ମଲିକ,ବିପିଏମ୍ ସଂଜୟ କୁମାର ଦାସ, ନୃସିଂହ ଚରଣ ଦାସ,ଦିପକ ମହାରଣା, ପ୍ରୀୟଦର୍ଶୀନି ଦୀପ୍ତିମୟି ସାହୁ, କିଶୋର ଜେନା,ଜ୍ୟୋତି ରଞ୍ଜନ ପ୍ରଧାନ, ପ୍ରଶାନ୍ତ ସେଠି,ସରସ୍ବତୀ ବେହେରା, ସୁଦୀପା ସାହୁଙ୍କ ସମେତ ସ୍ବାସ୍ଥ୍ୟକର୍ମୀ, ସ୍ବାସ୍ଥ୍ୟ ସହାୟକ, ଆଶା କର୍ମୀଙ୍କ ସମେତ ୧୦୦ ଜଣ ଟିକାଗ୍ରହଣ କରିଥିଲେ।ଟିକଗ୍ରହଣ କରିବା ପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ସୃଷ୍ଟି ହୋଇ ନଥିବା ବେଳେ ସମସ୍ତେ ସୁସ୍ଥ ଥିବା ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ପଟ୍ଟାମୁଣ୍ଡାଇ ରୁ ପ୍ରିୟବ୍ରତ ଓଝା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here