ବାଇକରୁ ଛିଟିକି ପଡିବାରୁ ରାସ୍ତା କଡରେ ପଡି ଯୁବକର ମୃତ୍ୟୁ : ସୁନ୍ଦରଗଡ଼

ବଣାଇଁ ଥାନା ଅନ୍ତର୍ଗତ ନୁଆପାଲି ଗ୍ରାମର ରାସ୍ତାରେ ବାଇକରୁ ଛିଟିକି ପଡିବାରୁ ରାସ୍ତା କଡରେ ପଡି ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ନୁଆପାଲି ଗ୍ରାମ ରାସ୍ତା କଡରେ ଏକ ସିମେଣ୍ଟ ମିକଚର ମେସିନ୍ ଛିଡ଼ା ହୋଇ ଥିବା ବେଳେ ବଣାଇଁଗଡ ପଟୁ ନୁଆପାଲି ଗ୍ରାମକୁ ସେହି ଗ୍ରାମର ଜନୈକ ଯୁବକ ଡମ୍ବରୁଧର ବଡନାୟକ (୨୯)ରାତିରେ ଏକ ବାଇକ ଯୋଗେ ଯାଉଥିବା ବେଳେ ହଠାତ୍ ମିକଚର ମେସିନକୁ ଦେଖି ବାଇକର ଭାରସାମ୍ଯ ହରାଇବାରୁ ବାଇକ ଟି ରାସ୍ତା ତଳକୁ ଓଲଟି ପଡିବା ଫଳରେ ଡମ୍ବରୁଧର ବଡନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଦେଖି ବଣାଇଁ ପୋଲିଶକୁ ଖବର ଦେଇଥିଲେ। ଖବର ପାଇ ବଣାଇଁ ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମାରାଣ୍ଡି ଓ ଏଏସଆଇ ବରୁଣ କୁମାର ନାୟକ, ବ୍ରଜ କିଶୋର ଦାସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିବା ଜଣାପଡ଼ିଛି । ଏ ନେଇ ବଣାଇ ଥାନାରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here