ଆପଦମିତ୍ର ସ୍ବେଚ୍ଛାସେବୀ ମାନଙ୍କୁ ଜରୁରୀକାଳିନ କିଟ ପ୍ରଦାନ : ପୁରୀ


ପୁରୀ-: ଜିଲ୍ଲାରେ ବାତ୍ୟା, ବନ୍ୟାଭଳି ପ୍ରାକୃତିକ ବିପର୍ଯ୍ଯୟ ବେଳେ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ଆପଦ ମିତ୍ର ସ୍ବେଚ୍ଛାସେବୀ ମାନଙ୍କୁ ଆଜି ପ୍ରଶାସନ ପକ୍ଷରୁ ଜରୁରୀକାଳୀନ କିଟ୍ ପ୍ରଦାନ କରାଯାଇଛି । ଉକ୍ତ କିଟକୁ ଓଡିଶା ରାଜ୍ୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ଏହାଦ୍ବାରା ସେମାନଙ୍କ ଦକ୍ଷତା ବିକାଶ ସହ କାର୍ଯ୍ୟଶୈଳୀରେ ଉନ୍ନତି ପରିଲିକ୍ଷିତ ହେବା ସହ ସେମାନେ ଆହୁରି ଉତ୍ତମ ସେବା ପ୍ରଦାନ କରିବେ । ଏହି ଅବସରରେ ସଦଭାବନା ସଭାଗୃହରେ କିଟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆପଦ ମିତ୍ର ମାନଙ୍କ ସେବା ଓ ସହଯୋଗର ଭୂୟଶୀ ପ୍ରଶଂସା କରିଛନ୍ତି । ଦୈବୀ ଦୁର୍ବିପାକ ବେଳେ ଆପଦ ମିତ୍ର ସ୍ବେଚ୍ଛାସେବୀ ମାନେ ପ୍ରଶାସନକୁ ସହଯୋଗ କରିବା ସହ ସଚେତନତା ସୃଷ୍ଟି କ୍ଷେତ୍ରରେ ଯଥାସମ୍ଭବ ସେବା ପ୍ରଦାନ କରିଥାନ୍ତି । ବିଭିନ୍ନ ବ୍ଲକର ପ୍ରାୟ ୨୦୦ ଜଣ ଆପଦ ମିତ୍ରଙ୍କୁ ଏହି କିଟ ପ୍ରଦାନ କରାଯାଇଛି । ଏଥିରେ ଲାଇଫ ଜ୍ୟାକେଟ ଭଳି ଆପଦ କାଳୀନ ବେଳେ ଉଦ୍ଧାର କାର୍ଯ୍ୟରେ ଉପଯୋଗ ହେବା ଭଳି ସାମଗ୍ରୀ ପ୍ରଦାନ କରାଯାଇଛି । ପୂର୍ବରୁ ଆପଦ ମିତ୍ର ମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଛି । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର ପାତ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ଶ୍ରୀ ଦୀନବନ୍ଧୁ ଜେନା, ବିଶ୍ବକେଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here