ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲା ସମ୍ମିଳନୀ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ।

ଆଜି ପୂର୍ବାହ୍ନରେ ଭାରତୀୟ ମଜଦୁର ସଂଘ କେନ୍ଦ୍ରାପଡା ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଅସଂଗଠିତ କ୍ଷେତ୍ର ପ୍ରମୁଖ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସମ୍ମିଳନୀକୁ ଶୁଭ ଉଦଘାଟନ କରିଥିବା ବେଳେ ଭାରତୀୟ ମଜଦୁର ସଂଘର କେନ୍ଦ୍ରାପଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପାଣି ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ ବା ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା ସଂମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାସ ଏବଂ କଟକ ଜିଲ୍ଲା ସଂମ୍ପାଦକ ଶ୍ରୀଯୁକ୍ତ ଭାଗୀରଥୀ ବେହେରା, କୋଷାଧ୍ୟକ୍ଷା ଶ୍ରୀଯୁକ୍ତ ସନ୍ତୋଷ କୁମାର ଭୂୟାଁଙ୍କ ସମେତ ଅଲ୍ ଓଡିଶା ଅଂଗନୱାଡି ଲେଡିଜ୍ ୱାର୍କର୍ସ ଆସୋ ସିଏସନ କେନ୍ଦ୍ରାପଡା ଜିଲ୍ଲା ଉପସଭାପତି ଏବଂ ନାରୀନେତ୍ରୀ ଅରୁନ୍ଧତୀ ଲେଙ୍କା ପ୍ରମୁଖ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଶତାଧିକ ଶ୍ରମିକ ମାନଙ୍କୁ ଉଦବୋଧନ ଦେଇଥିଲେ । ଉକ୍ତ ସମ୍ମିଳନୀରେ ଶ୍ରମିକ ନେତା କାର୍ଯ୍ୟକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଆହୁରି ମଧ୍ୟ ମଞ୍ଚାସୀନ ଅତିଥୀମାନେ ତାଙ୍କ ନିଜ ନିଜ ଅଭିଭାଷଣରେ ସଂଗଠନର କାର୍ଯ୍ୟକୁ ଅଧିକରୁ ଅଧିକ ସୁଦୃଢ କରିବାପାଇଁ ସର୍ବ ସମ୍ମତୀ କ୍ରମେ ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ମଞ୍ଚାସୀନ ଅତିଥିମାନେ ଗଣମାଧ୍ୟମ ଆଗରେ ଆଜିର ଅନୁଷ୍ଠିତ ସଭାକୁ ନେଇ କଣ ଓ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ।

ବସନ୍ତ କୁମାର ସାହୁ ରାଜ୍ୟ ଅସଂଗଠିତ ପ୍ରମୁଖ
ପଭାତ କୁମାର ପାଣୀ ଜିଲ୍ଲା ମଜଦୁର ସଂଘର ସଭାପତି
ହରପ୍ରିୟା ଜେନା

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here