ଏବିଭିପିର ଚଳିତ ବର୍ଷ ରୋଡମ୍ୟାପକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ : ସୁନ୍ଦରଗଡ଼

ଅଖିଳ ଭାରତୀୟ ବିଦ୍ୟିର୍ଥୀ ପରିଷଦର ୬୬ ତମ ରାଷ୍ଟ୍ରୀୟ ଅଧିବେଶନ ବଡ ଧରଣର ହେବାର ଯୋଜନା କରାଯାଇଥିବା ବେଳେ କୋଭିଡ ୧୯ ପ୍ରତି ବିଶେଷ ଦୃଷ୍ଟି ଦେଇ ଛୋଟ ଧରଣର ଅଧିବେଶନରେ ସନ୍ତୁଷ୍ଟି ହୋଇଥିଲେ ସମସ୍ତେ । ଉକ୍ତ ଅଧିବେଶନରେ ଚାରୋଟି ବିଷୟ ପ୍ରତି ବିଶେଷ ଗୁରୁତ୍ବ ଦିଆଯାଇଥିଲା । ବିଶେଷତଃ ଏହି ଅଧିବେଶନରେ ଦେଶର ଶିକ୍ଷା ସ୍ଥିତି ଓ ସାମାଜିକ ସ୍ଥିତିକୁ ନେଇ ସର୍ବମୋଟ ଚାରୋଟି ପ୍ରସ୍ତାବ ପାରିତ ହୋଇଥିଲା । ପାରିତ ହୋଇଥିବା ଏହି ଚାରୋଟି ପ୍ରସ୍ତାବ ଗୀଡିକ ହେଲା ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ କୁ ପାରିତ କରିବା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ଶିକ୍ଷନୀତିର ଭାବନା ଅନରୂପ ଶୀଘ୍ରାତିଶୀଘ୍ର କ୍ରିୟାନୁଷ୍ଠାନ ପାଇଁ ପ୍ରଥ୍ର ପ୍ରସ୍ତାବରେ ଦାବୀ କରାଯାଇଛି । ଓଡିଶା ସମେତ , ମହାରାଷ୍ଟ୍ର , ପଶ୍ଚିମବଙ୍ଗ ଓ କେରଳରେ ଲୋକତନ୍ତ୍ରର ଚତୁର୍ଥ ସ୍ତମ୍ବ ମିଡିଆର ସ୍ବର ଦବାଇବା ପାଇଁ ସରକାରୀ କଳ ତରଫରୁ ଆଗତ ହେଉଥିବା ପ୍ରୟାସକୁ ଦୃଢ ନିନ୍ଦା କରାଯିବା ସହିତ ୨୦୨୧ ଜନ ଗଣନାରେ ସମସ୍ତ ନାଗରିକଙ୍କୁ ସକ୍ରିୟତାର ସହ ସମସ୍ତ ସଡଯନ୍ତ୍ରକାରୀ ତତ୍ତ୍ବମାନଙ୍କ ଗତିବିଧିକୁ ଜୁଟି ଭାଗ ନେବାପାଇଁ ଅପିଲ କରାଯାଇଛି । ପ୍ରସ୍ତାବ ତୃତୀୟରେ ଆତ୍ମନିର୍ଭର ଭାରତ ଆହ୍ବାନ ଦେଶପାଇଁ ଏକ ଆବଶ୍ୟକତା ଏବଂ ତାକୁ ସଫଳ କରିବା ପାଇଁ ଯୁବ ଶକ୍ତିର ପ୍ରୟାସ ଜରୁରୀ ଥିବା ନେଇ ମତ ପ୍ରକାଶ ହୋଇଛି । ଏହା ସହ ବିଶିଷ୍ଟ ସଂସ୍କୃତି ଓ ଜୀବନ ପଦ୍ଧତି ଦ୍ବାରା କରୋନା ମହାମାରୀରୁ ଭାରତ ବିଜୟ ପାଉଥିବା ନେଇ ୪ର୍ଥ ପ୍ରସ୍ତାବ ପାରିତ ହୋଇଛି । ଏହି ଅବସରରେ ଓଡିଶାରୁ ୧୦ ଜଣଙ୍କୁ ଗୁରୁ ଦାୟିତ୍ବ ମିଳିଛି ବୋଲି ରାଉରକେଲା ସହରର ଏବିଭିପି ମୁଖ୍ୟ ମତବ୍ୟକ୍ତ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here