ବିବାହ କଲେ ଦୁଇ ଯୁବତୀ : ଯାଜପୁର

ଦୁଇ ବର୍ଷ ରିଲେସନଶିପ୍‌ରେ ରହିବା ପରେ ଦୁଇ ଯୁବତୀ ବିବାହ କରିଥିଲେ। ହେଲେ ଏହି ବିବାହକୁ ନେଇ ଦୁଇ ପରିବାର ମଧ୍ୟରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଫଳରେ ଜୀବନ ପ୍ରତି ବିପଦରେ ଥିବାରୁ ଯାଜପୁର ଜିଲ୍ଲା ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି ଏହି ସମଲିଙ୍ଗୀ ଦମ୍ପତି। ସଙ୍ଗଲିଙ୍ଗୀ ଦମ୍ପତି ଦ୍ୱୟଙ୍କ ଘର ଜଖପୁରା ଥାନା ଅନ୍ତର୍ଗତ ରାବଣା ଗାଁର। ଆଇନ ଯେତେବେଳେ ଏହାକୁ ସ୍ୱୀକୃତି ଦେଇସାରିଛି ତା’ ପରେ ଲୋକଙ୍କ ବିରୋଧ ଓ ଧମକ ଏହି ଦମ୍ପତିଙ୍କୁ ବିଚଳିତ କରିଛି। ସୁରକ୍ଷା ପାଇଁ ସମଲିଙ୍ଗୀ ଦମ୍ପତି ଦାନଗଦି ଫାଣ୍ଡିରେ ଆଶ୍ରୟ ନେଇଛନ୍ତି। ପରିବାର ଲୋକ କାହିଁକି ସେମାନଙ୍କ ବିବାହକୁ ବିରୋଧ କରୁଛନ୍ତି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଘଟଣା ସମ୍ପର୍କରେ କୋରେଇ ପୋଲିସ ଖବର ପାଇ ସମଲିଙ୍ଗୀ ଦମ୍ପତିଙ୍କୁ କୋରେଇ ଥାନାକୁ ନେଇଥିଲା। ଏହାପରେ ଉଭୟଙ୍କଠାରୁ ଅଭିଯୋଗ ରଖି ତାଙ୍କୁ  ଘରେ ଛାଡ଼ିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here