ପୁରୀରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମର ଖାଦ୍ୟମାନ ଯାଞ୍ଚ


ପୁରୀ-: ଜିଲ୍ଲା ଖାଦ୍ୟ ସୁରକ୍ଷା ଟିମ ବେଳାଭୂମିରେ ଥିବା ପ୍ରାୟ ୧୨ଟି ହୋଟେଲ ଓ ରେସ୍ତରାଁରେ ଅଚାନକ ପରିଦର୍ଶନ କରି ବିଭିନ୍ନ ଖାଦ୍ୟମାନ ଯାଞ୍ଚ ନିମନ୍ତେ ନମୁନା ଆଜି ସଂଗ୍ରହ କରିଛନ୍ତି । ଖାଦ୍ୟ ଅନୁପଯୋଗୀ ୧୫ କିଲୋଗ୍ରାମ ବାସି ଖାଦ୍ଯକୁ ଜବତ କରି ଏହି ଟିମ ନଷ୍ଟ କରିଛନ୍ତି । ଖାଦ୍ୟ ସୁରକ୍ଷା ନୀୟମ ଉଲ୍ଲଂଘନ କରିବା ଅଭିଯୋଗରେ ୧୧ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏଥିସହ କିଛି ହୋଟେଲକୁ ମଧ୍ୟ ନୋଟିସ ଜାରି କରାଯାଇଛି । ଏହି ଟିମରେ ସ୍ବାସ୍ଥ୍ୟ ଅଧିକାରୀ ଡଃ ଅଶୋକ ସିଠ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ରାଜେଶ୍ବରୀ ପତି, ଖାଦ୍ୟ ଯାଞ୍ଚ ସହାୟକ ଶ୍ରୀ ଭ୍ରମରବର ଜେନା, ଶ୍ରୀ ସୁଶାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here