ଭିତରକନିକା ଅଞ୍ଚଳରେ ୧୭ରେ୯ଟି ଗ୍ରୁପ୍‌ କରିବେ ଡଲ୍‌ଫିନ୍‌ ଗଣନା

16-1-2021,
ପ୍ରିୟବ୍ରତ ଓଝା,
ପଟ୍ଟାମୁଣ୍ଡାଇ,


ବିଶ୍ୱପ୍ରସିଦ୍ଧ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ଆସନ୍ତା ୧୭ ତାରିଖରେ ଗଣନା କରାଯିବ ବୋଲି ରାଜନଗର ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ପତ୍ତିକ୍ରମେ ୫ ବର୍ଷ ହେଲା ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ୯ଟି ଟିମ୍‌ ଗଠନ କରାଯାଇଛି। ଆଉଟର ହୁଇଲର୍‌ରୁ ଚିଞ୍ଚତ୍ରି ମାଉଥ୍‌, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ ଭାୟା ନଳିତାପାଟିଆ, କାଳିଭଞ୍ଜଡିଆଁ, ଜମ୍ବୁ ଖରନାସିରୁ ହୁକିଟୋଲା, ପାରାଦୀପରୁ ଜଟାଧାର ମୁହାଣ ଓ ଦେବୀମୁହାଣରୁ ଜଟାଧାର ମୁହାଣ ଯାଏ ୯ଟି ଗ୍ରୁପରେ ବିଭକ୍ତ ହୋଇ ଡଲ୍‌ଫିନ୍‌ ଗଣନା କରାଯିବ। ଡଲଫିନ୍‌ ବିଶାରଦ ଡଃ. ମୁନ୍‌ତାଜ ଖଁାଙ୍କ ନେତୃତ୍ୱରେ ଏହି ଗଣନା କରାଯିବ। ପ୍ରତିଗ୍ରୁପରେ ୩ ରୁ ୫ ଜଣ ଲେଖାଏ ଗଣନାକାରୀ ରହିବେ। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ରେ ୪ଟି ଟିମ୍‌ ଡଲ୍‌ଫିନ୍‌ମାନଙ୍କର ଗଣନା କରିବେ। ୧୬ ତାରିଖରେ ଡଲ୍‌ଫିନ୍‌ ଗଣନା ସମ୍ପର୍କରେ ତାଲିମ ଦିଆଯିବ। ୧୭ତାରିଖରୁ ଗୋଟିଏ ଦିନ ୯ଟି ଗ୍ରୁପ ଏହି ଗଣନା କରିବେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here