ନବ ବର୍ଷରେ ଜନମଞ୍ଚର ହସ ଖୁସି ସକାସେ ଫ୍ରେଣ୍ଡସ କ୍ଲବ ତରଫରୁ ବିଭିନ୍ଳ ବର୍ଗକୁ ନେଇ ଫୁଟବଲ ମ୍ୟାଚର ଅୟମାରମ୍ଭ : ସୁନ୍ଦରଗଡ଼

କରୋନା ମହାମାରୀରେ ସଙ୍କୁଚିତ ହୋଇ ଏକ ଡରକୁ ନେଇ କାଳାତିପାତ କରୁଥିବା ଜନମଞ୍ଚଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ଆଗେଇ ଆସିଛି ରାଉରକେଲା ସହରରେ ବିଭିନ୍ନ ସାମାଜିକ ଓ ଖେଳ କ୍ଷେତ୍ରରେ ଅଗ୍ରଣୀ କ୍ଲବ ଭାବରେ ଆଗକୁ ପାଦ ବଢାଇଥିବା ଫ୍ରେଣ୍ଡସ କ୍ଲବ । ଆଜିଠାରୁ ବିଭିନ୍ନ ବର୍ଗକୁ ନେଇ ଆରମ୍ଭ କରିଛି ଫୁଟବଲ ମ୍ୟାଚ । ପ୍ରଥମ ଦିବସରେ ଯୁବ ଗୋଷ୍ଠୀଙ୍କର ୧୬ ଟି ଦଳ ଭାଗ ନେଇ ଥିଲେ । ଦ୍ବିତୀୟ ଦିନରେ ୪୦ ରୁ ଅଧିକ ବୟସ୍କ ଗଣ ୮ ଟି ଦଳ ଭାଗ ନେବେ । ତୃତୀୟ ତଥା ଅନ୍ତିମ ଦିବସରେ ମହିଳା ଖେଳାଳୀ ମାନଙ୍କ ୮ ଟି ଦଳକୁ ନେଇ ଖେଳ ହେବ । ତିନି ଦିନର ପ୍ରତିଯୋଗୀତାରେ ଯେଉଁ ଖେଳାଳୀ ଦଳ ଉଚ୍ଚମାନର କୃତିତ୍ବ ପ୍ରଦର୍ଶନ କରିଥିବେ ସେହି ଦଳ ମାନଙ୍କୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଫ୍ରେଣ୍ଡସ କ୍ଲବର ସଭାପତି ପୁରୁଷୋତ୍ତମ ତନ୍ତୀ । ତେବେ ଏହି ଟୁର୍ଣ୍ଣାମେଣ୍ଟକୁ ସଂପୂର୍ଣ୍ଣ ଭାବେ ସହଯୋଗ କରିବା ସହ ସମସ୍ତ ଖେଳାଳୀ ପଲ୍ଲିରୁ ଦିଲ୍ଲି ଯାଇ ନିଜ ଜିଲ୍ଲା ଓ ରାଜ୍ୟର ମର୍ଯ୍ୟାଦ ଅକ୍ଷୁର୍ଣ୍ଣ ରଖିବେ ବୋଲି ମତବ୍ୟକ୍ତ କରିଛନ୍ତି ସାଗରିକା ଓ୍ବେଲଫେୟାର ଟ୍ରଷ୍ଟର ସଭାପତି ଶ୍ରୀମତୀ ଜୟନ୍ତୀ ଦାସ । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଉରକେଲା ଜୋନ ୧ ର ଡିଏସପି ଜ୍ୟୋତିର୍ମୟ ଗୁପ୍ତା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଆଶିଷ ମହନ୍ତି , ଜୟନ୍ତୀ ଦାସ , ସେକ୍ଟଟ–୧୫ କମ୍ୟୁନିଟି ସେଣ୍ଟର ସଭାପତି ସୁଶାନ୍ତ ପ୍ରଧାନ , ପୁରୁଷୋତ୍ତମ ତନ୍ତୀ ଓ ସାଧାରଣ ସଂପାଦକ ଦୀପକ କୁମାର ସିଂ ଓ ବିଜୟ କୁମାର ତନ୍ତୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଆସନ୍ତା ରବିବାର ଦିନ ମହାସମାରୋହରେ ପାଳିତ ହେବ ଉଦଯାପନୀ ଉତ୍ସବ । ଫ୍ରେଣ୍ଡସ କ୍ଲବର ସଦସ୍ୟ ଗଣ ଆନ୍ତରିକତାର ସହିତ ସହଯୋଗ କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here