ଡମ୍ବରୁଧର କ୍ଲବ ପକ୍ଷରୁ ମକର ଉତ୍ସବ – ୨୦୨୧ ପାଳିତ : ସୁନ୍ଦରଗଡ଼

ବଣାଇଁ ଉପଖଣ୍ଡସ୍ଥ ପାଣ୍ଡୁରିଶିଳା ଗ୍ରାମର ଡମ୍ବରୁଧର କ୍ଲବ ପକ୍ଷରୁ ୨୨ତମ ମକର ଉତ୍ସବ ପାଳିତ ହୋଇଯାଇଛି। ଏଥି ଉପଲକ୍ଷେ ପ୍ରାୟ ୧୦ ଟି ବିଭାଗରେ ୩୮ ପ୍ରକାରର ପ୍ରତିଯୋଗୀତା ହୋଇଥିଲା। ଏଥିରେ ଗ୍ରାମ ତଥା ପଡୋଶୀ ଗ୍ରାମରୁ ଶତାଧିକ ଖେଳପ୍ରେମୀ ଭାଗନେଇ ପୁରସ୍କୃତ ହୋଇଥିଲେ। କରୋନା କଟକଣାକୁ ଆଖି ଆଗରେ ରଖି ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ହୋଇଥଲା। ସେଥିପାଇଁ ପ୍ରତିବର୍ଷ ପରି ଚଳିତ ବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରି ନଥିଲା। ମକର ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସ୍ ଏନ୍ ମହାନ୍ତି କାରଖାନାର ଜେନେରାଲ ମ୍ୟାନେଜର ଶ୍ରୀ ବିପ୍ରରାୟ ଦାଶ ଯୋଗଦେଇ କ୍ରୀଡାବିତ୍ ତଥା ସମସ୍ତ ପିଲାମାନଙ୍କୁ କ୍ରୀଡାଗ୍ରହୀ ହେବାପାଇଁ ପ୍ରେରଣା ଦେଇଥିଲେ । ସଭାରେ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଚିନ୍ତାମଣି ନନ୍ଦ ଏବଂ ଡି ଡି କ୍ଲବ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦୁଃଖୀଶ୍ଯାମ ନନ୍ଦ ଯୋଗଦେଇ କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । କ୍ରୀଡା ଶେଷରେ ମୁଖ୍ୟ ଅତିଥି ମସାଲ ଅଗ୍ନି ନିର୍ବାପନ କରିଥିଲେ ଓ ପରିଶେଷରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିଲା । ଡମ୍ବରୁଧର କ୍ଲବ୍ର ସଭାପତି ଶ୍ରୀ ଶଶାଙ୍କ କୁମାର ନନ୍ଦ ଆୟୋଜନର ସମସ୍ତ ଦାୟିତ୍ୱ ତୁଲାଇଥିଲେ। ମକର ଉତ୍ସବ କାର୍ଯ୍ୟକ୍ରମର ସଭାପତି ଶ୍ରୀ ଗିରିଧାରୀ ନନ୍ଦ ଓ ସାଧାରଣ ସମ୍ପାଦକ ଶ୍ରୀ ରମେଶ କିଷାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ ତୀର୍ଥ କିଷାନ ଓ ଯୁବଗୋଷ୍ଠୀ ଏହି ମକର ଉତ୍ସବ ପରିଚାଳନା କରିଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here