ମକର ସଂକ୍ରାନ୍ତି ଓ ମହା କୁମ୍ଭ ସ୍ନାନ ଅବସରରେ ଗାୟତ୍ରୀ ଶକ୍ତିପୀଠରେ ଦେବ ଦମ୍ପତି ସମ୍ମେଳନ : ସୁନ୍ଦରଗଡ଼

ଚଳିତ ବର୍ଷ ମକର ସଂକ୍ରାନ୍ତି ଠାରୁ ହରିଦ୍ୱାରରେ ମହାକୁମ୍ଭ ପର୍ବ ଆରମ୍ଭ ହେଉଛି। କରୋନା ମହାମାରୀ କଟକଣା ଯୋଗୁଁ ସମସ୍ତ ଉପସ୍ଥିତ ରହିବା ସମ୍ଭବ ନୁହେଁ। ତେଣୁ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତରଫରୁ ଦେଶରେ “ହର ହର ଗଙ୍ଗେ, ଘର ଘର ଗଙ୍ଗେ” ଅଭିଯାନ ଆରମ୍ଭ କରିଯାଇ ଶ୍ରଦ୍ଧାଳୁଙ୍କ ଘରେ ଗଙ୍ଗା ଜଳ ଓ ଦେବ ସ୍ଥାପନା କରାଯିବ। ଜନ ଜାଗରଣ ଉଦ୍ଧେଶ୍ୟରେ ଆଜି ରାଉରକେଲା ସେକ୍ଟର-୨ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଦେଵ ଦମ୍ଫତ୍ତି ସମ୍ମେଳନ ଓ ଶକ୍ତିପୀଠର ବାର୍ଷିକ ଉତ୍ସବ ଉପଲକ୍ଷେ ଭୂମି ପୂଜା କରାଯିବ ସହ ସଂକ୍ରାନ୍ତି ଯଜ୍ଞ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଗାୟତ୍ରୀ ଶକ୍ତିପୀଠର ଟ୍ରଷ୍ଟି ଶ୍ରୀ ନିତ୍ୟାନନ୍ଦ ଦାସ ଉପସ୍ଥିତ ଦେଵ ଦମ୍ପତିଙ୍କୁ କୁମ୍ଭ ପର୍ବରେ ମହାସ୍ନାନର ମହତ୍ତ୍ୱ ବୁଝାଇଥିଲେ। ପରେ ଦେଵ ପୂଜନ ସହ ଭୂମି ପୂଜନ ଓ ସଂକ୍ରାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଯଜ୍ଞରେ କିଛି ନୂତନ ଦମ୍ପତ୍ତି ପ୍ରତି ସଂକ୍ରାନ୍ତି ରେ ନିଜ ଘରେ ସଂକ୍ରାନ୍ତି ଯଜ୍ଞ କରିବା ପାଇଁ ସଂକଳ୍ପ ନେଇଥିଲେ। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀ କାଶୀନାଥ ପଣ୍ଡା, ପ୍ରଦୀପ୍ତ ରାୟ, ଜୟପ୍ରକାଶ ଯୋଶୀଲା , ବିଜୟ କୁମାର କର ପ୍ରମୁଖ ସହଯୋଗ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here