ଚାଷଜମିରୁ ନିଖୋଜ ଯୁବକର କ୍ଷତବିକ୍ଷତ ଶବ ଉଦ୍ଧାର , ହତ୍ୟା ସନ୍ଦେହ : ସୁନ୍ଦରଗଡ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର କେ ବଲାଙ୍ଗ ଥାନା ଅନ୍ତର୍ଗତ ମହିଷଛାପଲ ଗ୍ରାମ ଧାନ ଚାଷ ଜମିରୁ ଆଜି ଅପରାହ୍ନରେ ଜଣେ ଯୁବକର କ୍ଷତବିକ୍ଷତ ଶବ ଉଦ୍ଧାର ହୋଇଥିବା ଜଣାପଡିଛି। ଗ୍ରାମର ବିଜୟ ଓରାମ (୨୭) ନାମକ ଯୁବକ ଗତ ତିନି ଦିନ ହେଲା କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାର କୌଣସି ପତ୍ତା ପାଇନଥିଲେ। ତେବେ ଆଜି ଅପରାହ୍ନରେ ଗ୍ରାମର ପୋଖରୀ କଡରେ ଥିବା ଚାଷ ଜମିରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏବିଷୟରେ ମୃତ ଯୁବକର ପରିବାରକୁ ଖବର ଦେବା ପରେ ସେମାନେ ଘଟଣା ସ୍ଥଳକୁ ଯାଇ ବିଜୟ ଓରାମର ଶବକୁ ଚିହ୍ନଟ କରିଥିଲେ ।ମୃତ ଦେହର ପିଠି ଓ ତଳ ପାର୍ଶ୍ଵ କ୍ଷତବିକ୍ଷତ ହୋଇଥିବା ବେଳେ ତାକୁ କେହି ଧାରୁଆ ଅସ୍ତ୍ରରେ କାଟି ହତ୍ଯା କରିଥିବା ସନ୍ଦେହ କରାଯାଉଛି। ପରେ ଏବିଷୟରେ କେ ବଲାଙ୍ଗ ଥାନାକୁ ଜଣାଇବା ପରେ ବଣାଇଁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୟଦ ମୁଜିବର ରେହମାନ୍, ବଣାଇଁ ଉପଖଣ୍ଡ ପୋଲିଶ ଅଧିକାରୀ ସୌରଭ ଓତା ଓ କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡିଛି। ହତ୍ଯାର କୌଣସି କାରଣ ଜଣାପଡି ନଥିବା ବେଳେ ଆସନ୍ତା କାଲି ଲହୁଣୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here